ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଖୋଲିଲା ଦ୍ଵିତୀୟ ଫୁଡ ପ୍ଲାଜା । ରେଳ ଷ୍ଟେସନର ଛଅ ନମ୍ବର ପ୍ଲାଟଫର୍ମ ଠାରେ ଖେଲିିଥିବା ଏହି ଅତ୍ୟାଧୁନିକ ଫୁଡ ପ୍ଲାଜାକୁ ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଅଜୟ କୁମାର ବେହେରା ଓ ପ୍ରମୁଖ ପରିଚାଳନା ପ୍ରବନ୍ଧକ ଦେବରାଜ ପଣ୍ଡାଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଛି ।
ଭୁବନେଶ୍ୱର ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମ ଠାରେ ପୂର୍ବରୁ ଏକ ଫୁଡ ପ୍ଲାଜା ରହିଛି । ପ୍ରତିଦିନ ହଜାର ହଜାର ଲୋକ ଏହି ରେଳ ଷ୍ଟେସନ ଦେଇ ଯିବା ଆସିବା କରୁଛନ୍ତି । ଖାଇବା ପାଇଁ ବହୁ ଲୋକ ସେହି ଗୋଟିଏ ଫୁଡ ପ୍ଲାଜା ଉପରେ ନିର୍ଭର କରିଥାନ୍ତି । ଯାହା ଫଳରେ ଗ୍ରାହାକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାହାକ ମାନଙ୍କ ସୁବିଧାକୁ ଆଖିରେ ରଖି ରେଳେଷ୍ଟସନ ଠାରେ ଆଉ ଏକ ଫୁଡ ପ୍ଲାଜା ଖୋଲିଥିବା କଥା ବାଣିଜ୍ୟିକ ପ୍ରବନ୍ଧକ ଅଜୟ କୁମାର ବେହେରା କହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ପ୍ରାୟ ୫୦ ଜଣ ଯାତ୍ରୀଙ୍କ ଏକକାଳୀନ ଖାଦ୍ୟ ଖାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ଏହି ମଲ୍ଟି କୁଜିନ ଫୁଡ ପ୍ଲାଜା ରେ ଶୀତତାପ ନିୟନ୍ତ୍ରିତ ହଲ ସହିତ ମ୍ୟୁଜିକ ଟିଭି, ସିସିଟିଭି ଥିବାବେଳେ ବ୍ରେକଫାଷ୍ଟ ଠାରୁ ଆରମ୍ଭ କରି ଡିନର ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି ।