Latest Odisha News

BREAKING NEWS

ମାଓବାଦୀଙ୍କୁ ମିଳିତ କମ୍ବିଂ ଦ୍ୱାରା ମୁକାବିଲା କରାଯିବ : କେ ବିଜୟ କୁମାର

ଭୁବନେଶ୍ୱର ଏବେ ଯେକୌଣସି ରାଜ୍ୟରେ ମାଓବାଦୀଙ୍କୁ କୌଣସି ରାଜ୍ୟ ଏକୁଟିଆ ନୁହେଁ ବରଂ ମିଳିତ ଭାବେ ମୁକାବିଲା କରିବେ ବିଭିନ୍ନ ରାଜ୍ୟ ବୋଲି କହିଛନ୍ତି କେନ୍ଦ୍ର ଗୃହ ବିଭାଗର ସୁରକ୍ଷା ପରାମର୍ଶଦାତା କେ ବିଜୟ କୁମାର ।

ପଡ଼ୋସୀ ରାଜ୍ୟର ପୋଲିସ ବାହିନୀ ମଧ୍ୟ କମ୍ବିଂ ଅପରେସନରେ ମୁକାବିଲା କରିପାରିବେ ମାଓ ନକ୍ସଲବାଦୀଙ୍କୁ । ବିଭିନ୍ନ ଅପରାଧରେ ଜଡ଼ିତ ଦୁର୍ଦ୍ଦାନ୍ତ ଅପରାଧି, ଆନ୍ତଃଦେଶୀୟ ଅପରାଧି ତଥା ଗ୍ୟାଙ୍ଗଷ୍ଟାର ଏବଂ ସାଇବର ଅପରାଧିଙ୍କୁ ମିଳିତ ଭାବେ ମୁକାବିଲା କରାଯିବ ବୋଲି କହିଛନ୍ତି ଓଡ଼ିଶା ପୋଲିସ ଡ଼ିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ।

ଭୁବନେଶ୍ୱର ପୋଲିସ ଭବନଠାରେ ଆଜି ରାଜ୍ୟ ପୋଲିସ ଡ଼ିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ୭ଟି ରାଜ୍ୟର ପୋଲିସମୁଖ୍ୟଙ୍କ ସହିତ ଏକ ବୈଠକରେ ମାଓ ମୁକାବିଲାକୁ କିପରି ମିଳିତ କମ୍ବିଂ ମାଧ୍ୟମରେ ମୁକାବିଲା କରାଯିବ ସେନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଆନ୍ଧ୍ରପ୍ରଦେଶର ପୋଲିସ ମୁଖ୍ୟ, ସିଆରପିଏଫ ଓ ବିଏସଏଫ ମୁଖ୍ୟମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ସମଗ୍ର ଭାରତରୁ କିପରି ମାଓବାଦୀ ନକ୍ସଲଙ୍କୁ ମୂଳୋତ୍ପାଟନ କରାଯିବ ସେନେଇ ରଣନୀତି ପ୍ରସ୍ତୁତ କରାଯିବା ସହିତ ଆଲୋଚନା କରାଯାଇଥିଲା । କେନ୍ଦ୍ର ଗୃହ ବିଭାଗର ସୁରକ୍ଷା ପରାମର୍ଶଦାତା କେ ବିଜୟ କୁମାର ସମସ୍ତ ପୋଲିସ ମୁଖ୍ୟମାନଙ୍କୁ ମାଓ ମୂଳୋତ୍ପାଟନ କେବଳ ମିଳିତ କମ୍ବିଂ ମାଧ୍ୟମରେ ସମ୍ଭବ ବୋଲି କହିଛନ୍ତି ।

Leave A Reply

Your email address will not be published.