Latest Odisha News

BREAKING NEWS

[ଭିଡ଼ିଓ]: ଶୋଇଥିଲେ ଅରବାଜ, ନିଶ ଦାଢ଼ି କାଟି ଦେଲେ ଗାର୍ଲଫ୍ରେଣ୍ଡ ଜର୍ଜିଆ

ମୁମ୍ବାଇ: ଲକଡାଉନ ସମୟରେ ସିନେ ତାରକା ମାନଙ୍କ ସୋସିଆଲ ଆକାଉଣ୍ଟରେ ଦେଖିବାକୁ ମିଳୁଛି ମଜଳିଆ ଭିଡ଼ିଓ ଓ ପୋଷ୍ଟ ।

ସେହିଭଳି ଏକ ମଜାଦାର ଭିଡ଼ିଓ ସାମ୍ନାକୁ ଆସିଛି । ଅରବାଜ ଖାନଙ୍କ ଗର୍ଲଫ୍ରେଣ୍ଡ ଜର୍ଜିଆ ଏକ ମଜାଦାର ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଅରବାଜ ଶୋଇଥିବା ବେଳେ ସେ ତାଙ୍କର ଦାଢ଼ି ଓ ନିଶ କାଟି ଦେଉଛନ୍ତି।

https://www.instagram.com/p/B_PqQoGlyt3/?igshid=1rwbfm0gzwjph

ଲକଡାଉନ୍ ସମୟରେ ଆରବାଜ ଏବେ ଖାନ ମେନସନ ଛାଡି ରହୁଛନ୍ତି ନିଜ ଗାର୍ଲଫ୍ରେଣ୍ଡ ଜର୍ଜିଆ ଆଣ୍ଡ୍ରିଆନିଙ୍କ ଘରେ ।
ଏକାଠି ଥିବା ଏହି ଦୁଇ ପ୍ରେମୀ ଯୁଗଲଙ୍କ କିଛି ମଜାଦାର ଭିଡ଼ିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଜର୍ଜିଆ।

ଜର୍ଜିଆ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଏହି ମଜାଦାର ଭିଡିଓରେ ଦେଖିବାକୁ ମିଳିଛି ଯେ, ଅରବାଜ ନିଜ ବାଲକୋନିରେ ଏକ ସୋଫା ଉପରେ କାନରେ ହେଡଫୋନ୍ ଦେଇ ବିଶ୍ରାମ କରୁଛନ୍ତି ।ଏହି ସମୟରେ ଜର୍ଜିଆ ଏକ ଶେଭିଂ ଫୋମ ଓ ରେଜର ସାହାଯ୍ୟରେ ଶୋଇଥିବା ଅରବାଜ ଖାନଙ୍କର ଦାଢ଼ି ନିଶ କାଟି ଦେଉଛନ୍ତି।

Leave A Reply

Your email address will not be published.