Latest Odisha News

BREAKING NEWS

ଭୋଟ ଗଣତି ଜାରି: ନୂଆଦିଲ୍ଲୀ ସିଟରେ କେଜ୍ରିୱାଲ ଆଗରେ, ବିଜେପି ପ୍ରାର୍ଥୀ ପଛୁଆ

ନୂଆଦିଲ୍ଲୀ:ଦିଲ୍ଲୀରେ ୭୦ଟି ବିଧାନସଭା ସିଟ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି । ଏବେ କିଛି ସ୍ପଷ୍ଟ ହୋଇନଥିବାବେଳେ ଦିଲ୍ଲୀରେ ଆପ୍ ସରକାର ଆଗୁଆ ଥିବା ଜଣାପଡିଛି । ତେବେ ନୂଆଦିଲ୍ଲୀ ବିଧାନସଭା ସିଟରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଗୁଆ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବିଜେପି ନେତା ସୁନୀଲ କୁମାର ଯାଦବ ।

ନୂଆଦିଲ୍ଲୀ ବିଧାନସଭା ସିଟ୍ ଦିଲ୍ଲୀର ମଧ୍ୟ କ୍ଷେତ୍ରରେ ଅଛି ଓ ଏହା ନୂଆଦିଲ୍ଲୀ ଲୋକସଭା ନିର୍ବାଚନ କ୍ଷେତ୍ର ଅଧିନରେ ଅଛି । ଦିଲ୍ଲୀ ବିଧାନସଭା ନିର୍ବାଚନ କାର୍ଯ୍ୟକ୍ରମ ଅନୁସାରେ ଏହି ସିଟରେ ଶନିବାର, ୮ ଫେବୃଆରୀରେ ମତଦାନ ହୋଇଥିଲା ।

Leave A Reply

Your email address will not be published.