Latest Odisha News

BREAKING NEWS

ରାଜସ୍ଥାନ ରାଜନୀତିରେ ପୁଣି ଲୁଚାଛପା ଖେଳ, ଜୈସଲମେର ଗଲେ ଗେହଲଟଙ୍କ ସମର୍ଥକ ବିଧାୟକ

ଜୟପୁର: ଜାରି ରହିଛି ରାଜସ୍ଥାନ ରାଜନୈତିକ ସଙ୍କଟ । ପୁଣି ଆରମ୍ଭ ହୋଇଛି ଲୁଚାଛପାର ଖେଳ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଥିବା କଂଗ୍ରେସର ସମସ୍ତ ବିଧୟକଙ୍କୁ ଜୈସଲମେର ସ୍ଥାନାନ୍ତର କରାଯାଇଛି । ଚାଟାର୍ଡ ଫ୍ଲାଇଟ୍‌ରେ ସେମାନଙ୍କୁ ଜୈସଲମେର ନିଆଯାଇଛି ।

ସୂଚନା ମୁତାବକ, ଅନେକ ଦିନ ହେଲା ଜୟପୁର ଫେୟାରମାଉଣ୍ଟ ହୋଟେଲରେ ବନ୍ଦ ଥିବା ଅଶୋକ ଗେହଲତଙ୍କ କଂଗ୍ରେସ ବିଧାୟକ ଜୈସଲମେର ଗସ୍ତରେ ବାହାରିଛନ୍ତି । ଏ ସମସ୍ତ ବିଧାୟକ ଫେୟାରମାଉଣ୍ଟ ହୋଟେଲରୁ ବାହାରି ବସ ଯୋଗେ ସିଧା ଏୟାରପୋର୍ଟରୁ ଜୈସଲମେର ଗସ୍ତରେ ଯାଇଛନ୍ତି।

ରାଜସ୍ଥାନରେ ଅଶୋକ ଗେହଲତ ଓ ସଚିନ ପାଇଲଟଙ୍କ ମଧ୍ୟରେ ରାଜନୈତିକ ସଙ୍କଟ ଜାରି ରିହଛି । ସେଥିପାଇଁ ରାଜସ୍ଥାନରେ କଂଗ୍ରେସ ଦୁଇ ଭାଗରେ ବାଣ୍ଟି ହୋଇଯାଇଛି । ଗୋଟିଏ ଦଳ ଗେହଲତଙ୍କ ସମର୍ଥନରେ ଥିବାବେଳେ କଂଗ୍ରେସ ବିଧାୟକଙ୍କ ଏକ ଦଳ ସଚିନଙ୍କ ସହିତ ଅଛି । ଦଳୀୟ କନ୍ଦଳ ଯୋଗୁଁ ଜୁଲାଇ ୧୪ ତାରିଖରେ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀରୁ ବରଖାସ୍ତ କରାଯାଇଥିଲା । ଏହାସହ ତାଙ୍କୁ ପ୍ରଦେଶ ମୁଖ୍ୟ ପଦବୀରୁ ମଧ୍ୟ ହଟାଇ ଦିଆଯାଇଛି ।

Leave A Reply

Your email address will not be published.