Latest Odisha News

BREAKING NEWS

ରେକର୍ଡ ତୃତୀୟ ଥର ପାଇଁ ଇଣ୍ଡିଆନ ସୁପର୍ ଲିଗ୍ ଚାମ୍ପିଅନ ହେଲା ଏଟିକେ ଟିମ୍

ଗୋଆ: ଇଣ୍ଡିଆନ ସୁପର୍ ଲିଗ୍ ଫାଇନାଲ ରେ ଚେନ୍ନାଇ-ଇନ ଫୁଟବଲ କ୍ଲବକୁ ୩-୧ ଗୋଲ ରେ ହରାଇ ରେକର୍ଡ ତୃତୀୟ ଥର ପାଇଁ ଚାମ୍ପିଅନ ହୋଇଛି କୋଲକାତାର ଏଟିକେ ଫୁଟବଲ କ୍ଲବ ।

କରୋନା ଭୁତାଣୁ ସଂକ୍ରମଣ କୁ ଦୃଷ୍ଟିରେ ରଖି ଏହି ଫାଇନାଲ ମ୍ୟାଚ ବିନା ଦର୍ଶକରେ ଫାଙ୍କା ଷ୍ଟାଡିୟମରେ ଖେଳାଯାଇଥିଲା ।
ଶନିବାର ସଂଧ୍ୟାରେ ଗୋଆର ଜବାହରଲାଲ ନେହେରୁ ଷ୍ଟାଡିୟମରେ  ଖେଳା ଯାଇଥିବା ଏହି ଫାଇନାଲ ମ୍ୟାଚରେ ଏଟିକେ ପକ୍ଷରୁ ସ୍ପେନ୍ ର ଖେଳାଳୀ ଜାଭିୟର୍ ହର୍ନଣ୍ଡେସ୍ ଦୁଇଟି ଓ ଏଡୁ ଗାର୍ସିଆ  ଗୋଟିଏ ଗୋଲ କରିଥିଲେ । ଚେନ୍ନାଇ-ଇନ ଫୁଟବଲ କ୍ଲବ ପାଇଁ ଏକମାତ୍ର ଗୋଲ ନେରିଜସ୍ ଭାଲସ୍କିସ୍ ସ୍କୋର କରିଥିଲେ ।
ଏଥିସହିତ ଇଣ୍ଡିଆନ ସୁପର ଲିଗରେ ତିନିଥର ବିଜେତା ହେବାରେ ଏଟିକେ ପ୍ରଥମ ଦଳ ହୋଇଛି ।
Leave A Reply

Your email address will not be published.