Latest Odisha News

BREAKING NEWS

ରାୟଗଡରେ ଏଟିଏମ୍ ଲୁଟିଲେ ଦୁବୃର୍ତ୍ତ

ରାୟଗଡ : ରାୟଗଡର ଚାନ୍ଦିଲି ଥାନା ଅନ୍ତର୍ଗତ ସିଂହାନିଆ ଛକ ନିକଟରେ ଥିବା ଏକ ଏଟିଏମରୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁଟ୍ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ ମେସିନ ଭାଙ୍ଗି ସେଥିରୁ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ନେଇ ଜଣାପଡିଛି। ତେବେ ଏଟିଏମରୁ କେତେ ମୂଲ୍ୟର ଟଙ୍କା ଲୁଟ୍ ହୋଇଛି ସେସମ୍ପର୍କରେ ଏଯାବତ୍ କୌଣସି ସୂଚନା ମିଳିନାହିଁ ।

ଅନ୍ୟପକ୍ଷରେ ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ମାନେ ଏଟିଏମ୍ ଭଙ୍ଗା ହୋଇଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.