Latest Odisha News

ମହିଳା ବିଶ୍ୱକପ କ୍ରିକେଟ: ଭାରତକୁ ହରାଇ ସେମିରେ ପ୍ରବେଶ ନିଶ୍ଚିତ କଲା ଅଷ୍ଟ୍ରେଲିଆ

ଅକଲାଣ୍ଡ: ଆଇସିସି ମହିଳା ବିଶ୍ୱକପ କ୍ରିକେଟରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ବିଜୟ ସହ ଅଷ୍ଟ୍ରେଲିଆ ସେମି ଫାଇନାଲ ପ୍ରବେଶ ଏକ ପ୍ରକାର ନିଶ୍ଚିତ କରିଛି । ପ୍ରଥମେ ବ୍ୟାଟିଂ…

ୱାର୍ଲ୍ଡସ ହ୍ୟାପିଏଷ୍ଟ କଂଟ୍ରି :କ୍ରମାଗତ ୫ମ ବର୍ଷ ପାଇଁ ଫିନଲାଣ୍ଡ ଶୀର୍ଷରେ, ଭାରତକୁ ୧୩୬ତମ ସ୍ଥାନ

ନୂଆଦିଲ୍ଲୀ: ୱାର୍ଲ୍ଡସ ହ୍ୟାପିଏଷ୍ଟ କଂଟ୍ରି ତାଲିକାରେ କ୍ରମାଗତ ୫ମ ବର୍ଷ ପାଇଁ ଫିନଲାଣ୍ଡ ଶୀର୍ଷରେ ରହିଛି । ଏହାର ମାନେ ଏଠାକାର ଲୋକ ସନ୍ତୋଷମୟ ଜୀବନଯାପନ କରୁଛନ୍ତି । ଭାରତ ଏହି ତାଲିକାରେ ୧୩୬ତମ ସ୍ଥାନରେ ରହିଛି । ଗତ ବର୍ଷ ୧୩୯ତମ ସ୍ଥାନରେ ରହିଥିବା ଭାରତ ଏହାର ୩ଟି ପୋଜିଶନ ଉପରକୁ…

ବାଂଲଦେଶରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ

ଢ଼ାକା: ସୁଚିନ୍ତିତ ଯୋଜନା ଅନୁସାରେ ବାଂଲାଦେଶରେ ହିନ୍ଦୁ ମନ୍ଦିରକୁ ଦୂବୃତମାନେ ଟାର୍ଗେଟ କରୁଛନ୍ତି । ଶୁକ୍ରବାର ଢ଼ାକାର ଇସ୍କନ ରାଧାକାନ୍ତ ମନ୍ଦିର ଉପରେ ହଠାତ ୨୦୦ ଲୋକ ଆକ୍ରମଣ କରିଥିଲେ । ମନ୍ଦିରକୁ ଭଙ୍ଗାରୁଜା କରିବା ସହ ଲୁଟପାଟ କରିଥିଲେ । ଏଥିରେ ୩ଜଣ ବ୍ୟକ୍ତି ଆହତ ହୋଇଛନ୍ତି ।…

ଏଣିକି ରବିବାର କରି ହେବ ଜଗା ଦର୍ଶନ

ପୁରୀ: ସାଧାରଣ ଭକ୍ତଙ୍କ ପାଇଁ ଖୁସି ଖବର । ଏଣିକି ରବିବାର ମଧ୍ୟ କରି ହେବ ଜଗା ଦର୍ଶନ । ଶ୍ରୀମନ୍ଦିରରୁ ହଟିଲା ସବୁ କଟକଣା । କରୋନା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ପାଇଁ ଲାଗି ରହିଥିବା କଟକଣାକୁ ହଟାଇ ଦିଆଯାଇଛି । ଚଳିତ ମାସ ୨୦ ତାରିଖରୁ ସବୁଦିନ ଭଳି ରବିବାର ମଧ୍ୟ ସାଧାରଣ ଭକ୍ତ…

ରାଜଧାନୀରେ ପୁଣି ମାତିଲେ ପଲସର ଲୁଟେରା

ଭୁବନେଶ୍ୱର: ପୁଣି ରାଜଧାନୀରେ ମାତିଲେ ପଲସର ଲୁଟେରା ଗ୍ୟାଙ୍ଗ । ହେଲମେଣ୍ଟ ପିନ୍ଧି ଆସି ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ୩ ଲକ୍ଷ ନଗଦ କ୍ୟାସ୍ । ଏଭଳି ଘଟଣା ଘଟିଛି ଶୈଳଶ୍ରୀ ବିହାର ଅଞ୍ଚଳରେ । ଲୁଟ୍ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ଗୁଜୁରାଟର ଜଣେ ବେପାରୀ ।   …

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଅନ୍ତିମ ପର୍ଯ୍ୟାୟରେ ୭୦ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଆଜି ହୋଇଛି ପଞ୍ଚାୟତ ନିର୍ବାଚନ । ଶେଷ ପର୍ଯ୍ୟାୟରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି । ନିର୍ବାଚନର ଶେଷ ପର୍ଯ୍ୟାୟରେ କୌଣସି ବିଶୃଙ୍ଖଳା ହୋଇନାହିଁ । ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ମତଦାନ ବେଳେ କୌଣସି ବିଶୃଙ୍ଖଳା ହୋଇନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ…

ଶ୍ରୀଲଙ୍କାର ଦାଦାଗିରି, ୨ଟି ବୋଟ ସହ ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଉଠାଇ ନେଲା ନୌସେନା

ଚେନ୍ନାଇ: ଶ୍ରୀଲଙ୍କା ନୌସେନାଙ୍କ ଦାଦାଗିରି । ରାମେଶ୍ୱରମ ଉପକୂଳରୁ ୨ଟି ବୋଟ୍ ସହ ୧୨ ଜଣ ଭାରତୀୟଙ୍କୁ ଗିରଫ କଲା ଶ୍ରୀଲଙ୍କା ସେନା । ୧୨ ଜଣ ଭାରତୀୟଙ୍କୁ ଗିରଫ କରି ଶ୍ରୀଲଙ୍କା ଜେଲରେ ରଖାଯାଇଥିବା ସୂଚନା ରହିଛି । ଶନିବାର ଏହି ଘଟଣା ଘଟିଥିବା ନେଇ ତାମିଳନାଡ଼ୁ ସରକାର ସ୍ପଷ୍ଟ କରିଛନ୍ତି…

ଯୁବତୀଙ୍କୁ ସରକାରୀ ବାବୁଙ୍କ ଦୁର୍ବ୍ୟବହାର ଅଭିଯୋଗ

ବାରିପଦା: ଯୁବତୀଙ୍କୁ ଦୁର୍ବ୍ୟବହାର କଲେ ମ୍ୟୁନିସିପାଲଟି ସରକାରୀ ବାବୁ । ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି ବାରିପଦା ଟାଉନ ଥାନାରେ । ଯୁବତୀଙ୍କ ଅଭିଯୋଗ ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ବାରିପଦା ଜୁବଲି ପାର୍କ ଟିକେଟ କାଉଣ୍ଟରରେ ଯୁବତୀ ଜଣକ ଟିକେଟ କାଟୁଥିବା ସମୟରେ ମ୍ୟୁନିସିପାଲଟିର ସରକାରୀ…

ଝରକା ଭାଙ୍ଗି ସ୍ତ୍ରୀ ଚମ୍ପଟ, ସ୍ତ୍ରୀଙ୍କୁ ଖୋଜିଦେଲେ ୫ ହଜାର ଦେବି: ସ୍ୱାମୀ

କୋଲକାତା : ଘରୁ ସ୍ତ୍ରୀ ଛାଡ଼ି ଚାଲିଯାଇଛି । ଯିଏ ମୋ ସ୍ତ୍ରୀଙ୍କୁ ଖୋଜି ଦେବ ମୁଁ ତାଙ୍କୁ ୫ ହଜାର ଟଙ୍କା ଦେବି । ସୋସିଆଲ ମିଡ଼ିଆରେ ଜଣେ ସ୍ୱାମୀ ଏଭଳି କହିଛନ୍ତି । ସମ୍ପୃକ୍ତ ସ୍ତ୍ରୀ ସାଥୀରେ ଝିଅକୁ ନେଇ ଫେରାର ହୋଇଯାଇଛନ୍ତି । ପଶ୍ଚିମବଙ୍ଗର ପିଙ୍ଗଲରେ ଏହି ଅଜବ ଘଟଣା ଘଟିଛି ।…

ଓମିକ୍ରନ ଭୟ, ଲକ୍ଷ୍ନୌରେ ୧୪୪ଧାରା ଜାରି

ଲକ୍ଷ୍ନୌ: ଓମିକ୍ରନ ଭୟ । ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌରେ ଲାଗୁ ହୋଇଛି ୧୪୪ଧାରା । ଆଗାମୀ ଖ୍ରୀଷ୍ଟମାସ ତଥା ନୂତନ ବର୍ଷ ଉତ୍ସବରେ ବିପଦକୁ ଦୃଷ୍ଟିରେ ରଖି ଏହିଭଳି ପଦକ୍ଷେପ ନିଆଯାଇଛି । ଆଗକୁ ହେବାକୁ ଥିବା ପରୀକ୍ଷା ଏବଂ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ…