Latest Odisha News

BREAKING NEWS

ରିଲିଜ ହେଲା ର‌୍ୟାପର ବାଦଶାହାଙ୍କ ନୂଆ ଗୀତ ଟକ୍ସିକ୍

ମୁମ୍ବାଇ: ଗେଣ୍ଡାଫୁଲ ଗୀତର ଅପାର ସଫଳତା ପରେ ର‌୍ୟାପର କିଙ୍ଗ ବାଦଶାହା ତାଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଗୀତ ରିଲିଜ କରିଛନ୍ତି । ଏହି ଗୀତର ନାମ ରହିଛି ଟକ୍ସିକ୍ । ରବି ଦୁବେ ଓ ସରଗୁନ ମେହେଟ୍ଟା ଏହି ଆଲବମରେ ଅଭିନୟ କରିଛନ୍ତି । ଗୀତର ଟିଜର ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି ।

ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂତନ ଧରଣର ଗୀତ ହୋଇଥିବା ବେଳେ ରବି ଓ ସରଗୁନଙ୍କ ଅଭିନୟ ପ୍ରଶଂସନୀୟ ହୋଇଛି । ଗାୟିକା ପାୟଲ ଦେବୀ ମଧ୍ୟ ବାଦାଶାହଙ୍କ ସହ ଗାଇଛନ୍ତି । କରୋନା ଲକଡାଉନ ଯୋଗୁ ଘର ଭିତରେ ଏହାର ଶୁଟିଂ କରାଯାଇଛି । ଏହି ଗୀତ ମୋର ଅତି ପ୍ରିୟ ହୋଇଥିବାରୁ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ବାଦଶାହା ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.