Latest Odisha News

BREAKING NEWS

କରୋନା ଭାଇରସ ପ୍ରଭାବ: କ୍ରିକେଟ ମ୍ୟାଚ ଖେଳିବା ବେଳେ ଲାଳରେ ବଲ ଚମକାଇ ପାରିବେ ନାହିଁ

ନୂଆଦିଲ୍ଲୀ: ଆଗକୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ବେଳେ ଜଣେ ବୋଲର ଲାଳ କିମ୍ବା ଛେପ ବ୍ୟବହାର କରି ବଲ ଚମକାଇ ପାରିବ ନାହିଁ । ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲର ମେଡିକାଲ କମିଟି ମୁଖ୍ୟ ପିଟର ହରକୋର୍ଟ ସୂଚନା ଦେଇଛନ୍ତି । କରୋନା ଭାଇରସ ନେଇ ଏହି ସତର୍କତା ଅବଲମ୍ବନ କରାଯିବ ।

ତେବେ ବୋଲର ବଲ ଚମକାଇବା ପାଇଁ କୃତ୍ରିମ ତରଳ ପଦାର୍ଥ ବ୍ୟବହାର କରିପାରିବ କି ନାହିଁ ସେ ନେଇ ଆଲୋଚନା ଚାଲିଛି । ପୂର୍ବରୁ କୃତ୍ରିମ ପଦାର୍ଥର ବ୍ୟବହାରକୁ ବଲ ଟ୍ୟାମ୍ପରିଂ ଅପରାଧ ସହ ଯୋଡା ଯାଉଥିଲା । ଆଇସିସିର ଜନୈକ ଅଧିକାରୀଙ୍କ ମତରେ ଧଳା ବଲ ବ୍ୟବହାର କରାଯାଇପାରେ । ତେବେ ଏ ନେଇ କୌଣସି ଚୂଡାନ୍ତ ନିଷ୍ପତି ନିଆଯାଇ ନାହିଁ ।

Leave A Reply

Your email address will not be published.