Latest Odisha News

BREAKING NEWS

ବାଂଲାଦେଶ ଜିତିଲା ମହିଳା ଏସିଆ କପ ଟି-୨୦

କ୍ୱାଲାଲାଲୁମ୍ପୁର: ଶେଷ ବଲରେ ଆବଶ୍ୟକୀୟ ୨ ରନ କରି ବାଂଲାଦେଶ ପ୍ରଥମଥର ଲାଗି ମହିଳା ଏସିଆ କପ ଟି-୨୦ ଟାଇଟଲ ହାସଲ କରିଛି ।
ସମଗ୍ର ଟୁର୍ଣ୍ଣାମେଣ୍ଟ ଆକର୍ଷଣୀୟ ଖେଳି ଏବଂ ଫାଇନାଲରେ ଭାରତକୁ ୩ ୱିକେଟରେ ପରାସ୍ତ କରି ବାଂଲାଦେଶ ମହିଳା ଦଳ ଏସିଆ କପ ହାସଲ କରିପାରିଛି । ଟସ ଜିତି ଫିଲ୍ଡିଂ ନେବାର ନିଷ୍ପତ୍ତି ନେଇଥିଲା ବାଂଲାଦେଶ ଦଳ ।

ପ୍ରଥମେ ବ୍ୟାଟିଂ କରି କପ୍ତାନ ହରମନପ୍ରୀତ କୌରଙ୍କ ସଂଘର୍ଷପୂର୍ଣ୍ଣ ୫୬ ରନ ସହାୟତାରେ ଭାରତ ୯ ୱିକେଟ ହରାଇ କରିଥିଲା ୧୧୨ ରନ । ବାଂଲାଦେଶ ଦଳ ୨୦ ଓଭର ଖେଳି ୧୧୩ ରନ କରି ବିଜୟୀ ହୋଇଥିଲା । ତେବେ ଭାରତ ପକ୍ଷରୁ ପୁନମ ଯାଦବ ମାତ୍ର ୯ ରନରେ ୪ଟି ୱିକେଟ ନେଇ ଭାରତକୁ ବିଜୟର ଦ୍ୱାର ଦେଶରେ ପହଞ୍ଚାଇଥିଲେ ।

ବାଂଲାଦେଶକୁ ଶେଷ ଓଭରରେ ୯ ରନ ଆବଶ୍ୟକ ଥିବା ବେଳେ ୨ଟି ୱିକେଟ ହରାଇଥିଲା ବାଂଲାଦେଶ । ମାତ୍ର ଶେଷ ବଲରେ ଜାହାନାର ଆଲାମ ୨ରନ ନେବା ଫଳରେ ବାଂଲାଦେଶ ବୀଜୟୀ ହୋଇଥିଲା । ବାଂଲାଦେଶର ରୁମାନା ଅହମ୍ମଦ ପ୍ଲେୟାର ଅଫ ଦି ମ୍ୟାଚ ଘୋଷିତ ହୋଇଥିବା ବେଳେ ହରମନପ୍ରୀତ କୌର ପ୍ଲେୟାର ଅଫ ଦି ସିରିଜ ଘୋଷିତ ହୋଇଛନ୍ତି ।

Leave A Reply

Your email address will not be published.