Latest Odisha News

BREAKING NEWS

ହାଫିଜ ସଇଦଙ୍କ ସମେତ ୫ ଆତଙ୍କବାଦୀଙ୍କ ବ୍ୟାଙ୍କ ଆକାଂଉଟ ଉପରୁ କଟକଣା ଉଠାଇଲା ପାକିସ୍ତାନ ସରକାର

ଲାହୋର: ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ କରୁଥିବାର ଆଉ ଏକ ନମୂନା ଦେଖିବାକୁ ମିଳିଛି । ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦଙ୍କ ସମେତ ୫ କୁଖ୍ୟାତ ଆତଙ୍କବାଦୀଙ୍କ ବ୍ୟାଙ୍କ ଆକଂଉଟ ଉପରୁ ପାକିସ୍ତାନ ସରକାର କଟକଣା ଉଠାଇ ଦେଇଛି । ମିଳିତ ଜାତିସଂଘର କମିଟି ଅନୁମତି ଦେବା ପରେ ଜମାତ-ଉଦ-ଦାୱା, ଲଶ୍କର-ଏ-ତୈଇବାର ପାଞ୍ଚ ଆତଙ୍କବାଦୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାକିସ୍ତାନ ସକ୍ରିୟ କରିଛି ।

ଏହି ଆତଙ୍କବାଦୀ ହେଲେ ଅବଦୁଲ ସଲାମ ଭୁଟ୍ଟଓ୍ୱି, ହାଜି ଏମ ଅଶରଫ, ୟାହୟା ମୁଜାହିଦ୍, ଜାଫର ଇକବାଲ ଏବଂ ହାଫିଜ ସଇଦ । ସୂଚନାଯୋଗ୍ୟ, ମିଳିତ ଜାତିସଂଘର ନିଷ୍ପତ୍ତିକ୍ରମେ ଏହି ପାଞ୍ଚ ଆତଙ୍କବାଦୀଙ୍କ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରାଯାଇଥିଲା । କରୋନା ସଂକ୍ରମଣ ହେବାର ଆଶଙ୍କା ଥିବାରୁ ହାଫିଜଙ୍କୁ ମେ ମାସରେ ଲାହୋର ଜେଲରୁ ଛାଡ଼ି ଦେଇଥିଲେ ପାକିସ୍ତାନ ସରକାର । ବାକି ଆତଙ୍କବାଦୀ ଲାହୋର ଜେଲରେ ସଜା କାଟୁଛନ୍ତି । ।

Leave A Reply

Your email address will not be published.