Latest Odisha News

BREAKING NEWS

ଖୋଲିଲା ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ଶୁକ୍ରବାର ଦିନ ବାପୁଜୀ ନଗର ମାର୍କେଟକୁ ଖୋଲାଯାଇଛି, ଯାହାକୁ ନିକଟ ଅତୀତରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରାଯାଇଥିଲା।

ବିଏମସି ସୂତ୍ରରୁ ପ୍ରକାଶ ଯେ ବିଏମସି ଡେପୁଟି ଜୋନାଲ କମିଶନର ଅଂଶୁମାନ ରଥ ଏହି ଅଞ୍ଚଳରେ ଯାଞ୍ଚ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଲକଡାଉନ୍ ନିୟମ କୋହଳ ହେବା ପରେ ବିଏମସି ପକ୍ଷରୁ ବାପୁଜୀ ନଗରରେ କିଛି ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ସାମାଜିକ ଦୂରତା ନିୟମର ବାରମ୍ବାର ଉଲ୍ଲଂଘନ ଯୋଗୁଁ ଏହାକୁ ମେ ୧୨ ତାରିଖରେ ସିଲ୍ କରାଯାଇଥିଲା।

Leave A Reply

Your email address will not be published.