Latest Odisha News

BREAKING NEWS

ବାରିପୁଟ ପାହାଡ଼ ଧସିବା ଘଟଣା: ଜେସିବି ଅପରେଟରଙ୍କ ମୃତଦେହ ଠାବ

ଜୟପୁର : କୋରାପୁଟ ବାରିପୁଟରେ ରାଣୀଗଡ଼ ପାହାଡ଼ ଧସିବା ଘଟଣାର ୧୧ ଦିନ ବିତିଯାଇଛି । ପଥରତଳେ କିଛି ଲୋକ ଚାପି ହୋଇଥିବାର ସୂଚନା ମିଳିଥିଲା । ତେବେ ଚାରିଦିନ ଖୋଜିବା ପରେ ଆର୍ମି ବୈଷୟିକ ଟିମ୍ କର୍ତ୍ତବ୍ୟରତ ଜଣେ ଜେସିିବି ଅପରେଟରଙ୍କ ମୃତଦେହ ଠାବ କରିପାରିଛନ୍ତି ।

ଠାବ ହୋଇଥିବା ମୃତଦେହଟି ଦେଓଗଡ଼ର ଜେସିବି ଅପରେଟର ଘନଶ୍ୟାମ ଗୁରୁଙ୍କର ବୋଲି ଜଣାପଡ଼ିଛି । ଅନ୍ୟଜଣେ ଜେସିବି ଅପରେଟର ସଞ୍ଜୟ ଦାଶ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ରହିଥିଲେ । ତେବେ ସଞ୍ଜୟଙ୍କର ପତ୍ତା ଏପର୍ଯ୍ୟନ୍ତ ମିଳିପାରିନାହିଁ ।

ସୂଚନାଯୋଗ୍ୟ ତେଲେଙ୍ଗିରି ଜଳସେଚନ ଯୋଜନାରେ ବାରିପୁଟ ଗ୍ରାମ ନିକଟସ୍ଥ ପାହାଡ଼ରେ କାର୍ଯ୍ୟ ଚାଲିଥିବା ବେଳେ ପାହାଡ଼ ଧସି ଯାଇଥିଲା । ଫଳରେ କର୍ତ୍ତବ୍ୟରତ କିଛି ବ୍ୟକ୍ତି ଏହି ପଥର ତଳେ ଚାପି ହୋଇପଡ଼ିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ପୀଡ଼ିତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିନଥିଲା ।

ପରିଶେଷରେ ପ୍ରଶାସନ ପକ୍ଷରୁ ସେନାର ସାହାଯ୍ୟ ଲୋଡ଼ାଯାଇଥିଲା । ରାଞ୍ଚିର ସେନା ବୈଷୟିକ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଗତ ଜୁନ ୬ ତାରିଖରୁ ଉଦ୍ଧାର କାର୍ଯ୍ୟ ଜାରିରଖିଥିବା ସେନା ଦଳ ଆଜି ଗୋଟିଏ ମୃତଦେହ ଉଦ୍ଧାର କରିପାରିଛନ୍ତି ।

Leave A Reply

Your email address will not be published.