Latest Odisha News

BREAKING NEWS

ମହିଳା ଖେଳାଳିଙ୍କୁ ଖରାପ ବ୍ୟବହାର ଦେଖାଇ ଅତୁଳ ବେଡାଡେ ନିଲମ୍ବିତ

ନୂଆଦିଲ୍ଲୀ: ବରୋଦା କ୍ରିକେଟ ଆସୋସିଏଶନର ମହିଳା ଟିମ୍ କୋଚ ଅତୁଳ ବେଡାଡୋଙ୍କୁ ମହିଳା ଖେଳାଳିଙ୍କୁ ଖରାପ ବ୍ୟବହାର ଦେଖାଇ ନିଲମ୍ବିତ ହୋଇଛନ୍ତି । ଖେଳାଳୀଜଣକଙ୍କ ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଓ ସର୍ବ ସମ୍ମୁଖରେ ଅପମାନିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ । ବିସିଏ ମୁଖ୍ୟ ଜୟନ୍ତ ଲେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବେଡାଡେଙ୍କୁ ନିଲମ୍ବିତ କରିଥିଲେ ।

ଖବ୍‌ଶୀଘ୍ର କମିଟି ଗଠନ କରାଯାଇ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି । ଅପରପକ୍ଷରେ ବେଡାଡେ ଅଭିଯୋଗକୁ ଖଣ୍ଡନ କରିବା ସହ ଖୁବ୍ ଶିଘ୍ର ସମସ୍ତଙ୍କ ସମ୍ମୁଖରେ ସତ୍ୟ ଘଟଣା ଉଜାଗର କରିବି ବୋଲି କହିଛନ୍ତି । ବେଡାଡେ ଭାରତ ପକ୍ଷରୁ ୧୩ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ।

Leave A Reply

Your email address will not be published.