Latest Odisha News

BREAKING NEWS

ମେସି କ୍ୟାରିୟରର ଶେଷ ପର୍ଯ୍ୟନ୍ତ ବାର୍ସିଲୋନା ପକ୍ଷରୁ ଖେଳିବେ

ବାର୍ସିଲୋନା:ଆର୍ଜେଂଟିନାର ମହାନ ଖେଳାଳି ଲିଓନେଲ ମେସି ବାର୍ସିଲୋନା ଛାଡିବା ଖବର ଗୁଜବ ବୋଲି କ୍ଲବ ସଭାପତି ଯୋଶେଫ ମାରିଆ ବାର୍ତେମିଓ କହିଛନ୍ତି । କ୍ୟାରିୟରର ଶେଷ ପର୍ଯ୍ୟନ୍ତ ମେସି ବାର୍ସିଲୋନା ପକ୍ଷରୁ ଖେଳିବେ ବୋଲି ସେ ସ୍ପଷ୍ଟ କରିଛନ୍ତି । ରବିବାର ଲା ଲିଗ ଏକ ମୁକାବିଲାରେ ଭିଲାରରିଅଲକୁ ୪-୧ ଗୋଲରେ ବାର୍ସିଲୋନା ହରାଇବା ପରେ ବାର୍ତେମିଓ ଏହା କହିଥିଲେ ।

ମେସି ୨୦୨୧ରେ ବାର୍ସିଲୋନା ଛାଡିବା କଥା ଚିନ୍ତା କରୁଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ମେସିଙ୍କ ବ୍ୟତୀତ ଅନ୍ୟ ସମସ୍ତ ଖେଳାଳିଙ୍କ ଚୁକ୍ତି ନବୀକରଣ ନେଇ ଆମେ ବିଚାର କରୁଛୁ ବୋଲି ସେ କହିଛନ୍ତି । ୩୩ ବର୍ଷୀୟ ମେସି ମଧ୍ୟ ଆମ ସହିତ ରହିବାକୁ ଚାହୁଁଛନ୍ତି ବୋଲି ସ୍ପଷ୍ଟ କରି ସାରିଛନ୍ତି । ୨୦୧୭ରେ ମେସି ବାର୍ସିଲୋନା ସହିତ ଚୁକ୍ତି କରିଥିଲେ ।

Leave A Reply

Your email address will not be published.