Latest Odisha News

BREAKING NEWS

ରାହୁଲ ଜୋହରିଙ୍କ ଇସ୍ତଫାପତ୍ରକୁ ଗ୍ରହଣ କଲା ବିସିସିଆଇ

ନୂଆଦିଲ୍ଲୀ: ଦୀର୍ଘ ମାସ ପରେ ସିଇଓ ରାହୁଲ ଜୋହରିଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଜୋହରି ଗତବର୍ଷ ଡିସେମ୍ବର ୨୭ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ସେତେବେଳେ ତାହା ଗ୍ରହଣୀୟ ହୋଇ ନଥିଲା । ବିସିସିଆଇର ଅନ୍ତରୀଣ ସିଇଓ ଭାବରେ କାର୍ଯ୍ୟ କରିବାକୁ ତାଙ୍କୁ କୁହାଯାଇଥିଲା । ଏବେ ଅଚାନକ ଇସ୍ତଫାପତ୍ରକୁ ବିସିସିଆଇ ସ୍ୱୀକାର କରିବା ପଛର ରହସ୍ୟ ଅସ୍ପଷ୍ଟ ରହିଛି ।

୨୦୧୬ ମସିହାରେ ବିସିସିଆଇ ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ରାହୁଲ ଜୋହରି । ୨୦୨୧ ଫେବ୍ରୁଆରୀ ଯାଏଁ ତାଙ୍କ କା କାର୍ଯ୍ୟକାଳ ଥିଲା । ତେବେ ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହେବା ପରେ ହଠାତ୍ ନିଜ ପଦରୁ ଇସ୍ତଫା ଦେଇଥିଲେ ଜୋହରି । ସେହିପରି ଆସନ୍ତା ୨୭ ତାରିଖରେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ସରୁଥିବା ପୂର୍ବରୁ ଜୋହରିଙ୍କ ଇସ୍ତଫା ଗୃହୀତ ହୋଇଛି ।

ଶଶାଙ୍କ ମନୋହର ବିସିସିଆଇ ଅଧ୍ୟକ୍ଷ ଥିବା ସମୟରେ ରାହୁଲ ଜୋହରି ସିଇଓ ନିଯୁକ୍ତ ହୋଇଥିଲେ । ସେତେବେଳେ ବିସିସିଆଇ ସମ୍ପାଦକ ଥିଲେ ଅନୁରାଗ ଠାକୁର ।

Leave A Reply

Your email address will not be published.