Latest Odisha News

BREAKING NEWS

ବିଦେଶରେ ଆଇପିଏଲ କରିବା ପାଇଁ ଯୋଜନା କରୁଛି ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ବିଦେଶରେ ଆଇପିଏଲ କରିବା ପାଇଁ ଯୋଜନା କରୁଛି । ୧୦ ଜୁନରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯାଇପାରେ । କରୋନା ମହାମାରୀ ଯୋଗୁ ଆଇପିଏଲକୁ ଅନିଶ୍ଚିତତା ସମୟ ପାଇଁ ଘୁଂଚାଇ ଦିଆ ଯାଇଥିଲା । ବ୍ୟୟବହୂଳ ଓ ଲୋକପ୍ରିୟ ଆଇପିଏଲକୁ ବନ୍ଦ କରିବା ପାଇଁ ବିସିସିଆଇ ଚାହୁଁନାହିଁ ।

ଏହାକୁ ଆୟୋଜନ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ । ଯଦି ସମ୍ଭବ ହୁଏ ତାହାହେଲେ ଏହାକୁ ବିଦେଶରେ ମଧ୍ୟ ଆୟୋଜିତ କରାଯାଇପାରେ ବୋଲି ବିସିସିଆଇ ଜନୈକ ଅଧିକାରୀ କହିଛନ୍ତି । ଟି୨୦ ବିଶ୍ୱକପ କାର୍ଯ୍ୟସୂଚୀ ଚୂଡାନ୍ତ ହେବା ପରେ ଆଇପିଏଲ ସମ୍ପର୍କରେ ଆଲୋଚନା କରାଯିବ ।

Leave A Reply

Your email address will not be published.