Latest Odisha News

BREAKING NEWS

ଆସନ୍ତୁ ଜାଣିବା କିପରି ମିଜୋରମରେ ଠିକ୍ ଭାବେ ପାଳିତ ହେଉଚି ସୋସିଆଲ ଡିଷ୍ଟାନ୍ସିଙ୍ଗ ନିୟମ

ଆଇଜଲ: କରୋନା ଭାଇରସ ନେଇ ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି । ଏଥିନେଇ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ତେବେ ସୋସିଆଲ ଡିଷ୍ଟାନ୍ସିଙ୍ଗ ନିୟମକୁ ଅନେକ ଟିକ୍ ଭାବେ ପାଳନ କରୁ ନାହାନ୍ତି । ମଙ୍ଗଳବାର ମିଜୋରମର ଏକ ଫଟୋ ସୋସିଆଲ ସାଇଟରେ ଭାଇରାଲ ହୋଇଛି । ଏଥିରେ ସ୍ଥାନୀୟ ବାସିନ୍ଦା କିପରି ଠିକ୍ ଭାବେ ସୋସିଆଲ ଡିଷ୍ଟାନ୍ସିଙ୍ଗ ପାଳନ କରୁଛନ୍ତି ତାହା ଉଲ୍ଲେଖ କରାଯାଇଛି ।

ସେମାନେ ଶୃଙ୍କଳିତ ଭାବେ ପରସ୍ପରଠାରୁ ଦୂରତା ଅବଲମ୍ବନ କରି ମାର୍କେଟିଂ କରୁଛନ୍ତି । ସମସ୍ତେ ଏ ଭଳି ଭାବେ ନିୟମକୁ ପାଳନ କଲେ କରୋନା ଭାଇରସ କବଳରେ ଆମେ ବିଜୟ ହାସଲ କରିପାରିବା ବୋଲି ଜଣେ ୟୁଜର୍ସ ଟୁଇଟରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.