Latest Odisha News

BREAKING NEWS

କୋହଲିଙ୍କ ରାଜୁତି ଭଙ୍ଗ କଲେ ବେନ ଷ୍ଟୋକ୍ସ

ମୁମ୍ବାଇ: ଇଂଲଣ୍ଡର ବେନ ଷ୍ଟୋକ୍ସ ୨୦୧୯ ପାଇଁ ୱିଜଡେନ ପକ୍ଷରୁ ସର୍ବଶ୍ରେଷ୍ଠ କ୍ରିକେଟର ଭାବେ ବଛା ହୋଇଛନ୍ତି । ଏଥିସହ ସେ ଭାରତର ବିରାଟ କୋହଲିଙ୍କ ରାଜୁତିକୁ ଭଙ୍ଗ କରିଛନ୍ତି । କୋହଲି ୨୦୧୬, ୧୭ ଓ ୧୮ରେ କ୍ରମାଗତ ୩ଥର ଶ୍ରେଷ୍ଠ କ୍ରିକେଟର ବିବେଚିତ ହୋଇଥିଲେ । ଅପରପକ୍ଷରେ ୧୪ ବର୍ଷ ପରେ ଇଂଲଣ୍ଡ ଖେଳାଳି ଭାବେ ସେ ଏହି ସମ୍ମାନର ହକଦାର ହୋଇଛନ୍ତି ।

ଅଷ୍ଟେ୍ରଲିଆ ଅଲରାଉଣ୍ଡର ଏଲିସ ପେରୀ ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜର ଆନେ୍ଦ୍ର ରସେଲ ଶ୍ରେÂ ଟି୨୦ ଖେଳାଳି ବିବେଚିତ ହୋଇଛନ୍ତି । ଏଥର ଭାରତର କୌଣସି ଖେଳାଳି ଏହି ପୁରସ୍କାର ହାତେଇବାରେ ସଫଳ ହୋଇ ନାହାନ୍ତି ।

Leave A Reply

Your email address will not be published.