Latest Odisha News

BREAKING NEWS

ନିୟମିତ ଖାଆନ୍ତୁ ଡାଲିମ୍ବ, ନିଶ୍ଚିତ ଭଲହେବ ଏହି ୭ଟି ରୋଗ !

ଭୁବନେଶ୍ୱର: ସ୍ୱାସ୍ଥ୍ୟ ପକ୍ଷେ ଅନେକ ଉପକାରୀ ହୋଇଥାଏ ଡାଲିମ୍ବ । ଡ଼ାଳିମ୍ବରେ ପ୍ରଚୁର ପରିମାଣରେ ଫାଇବର ଓ ଭିଟାମିନ ପ୍ରଚୁର ପରିମାଣରେ ରହିଥାଏ । ଏହାସହ ଅନେକ ଖଣିଜ ପୋଷକ ତତ୍ତ୍ଵ ମଧ୍ୟ ଭରିରହିଥାଏ । ଲୌହ, ମାଗ୍ନେସିୟମ, ଫସଫରସ, ମାଙ୍ଗାନିଜ, ଜିଙ୍କ, ଓମେଗା-୩ ଆଦି ପୋଷକତତ୍ତ୍ଵ ଏଥିରେ ଥାଏ ।

ଡ଼ାଳିମ୍ବଭିତରେ ଆଣ୍ଟିପ୍ଲଗ ନାମକ ଏକ ପୋଷକ ଥାଏ ଯାହା ଶରୀରକୁ ସୁସ୍ଥ ରଖିବା ସହ ଯୁବସୁଲଭତା ଅନେକଦିନ ଯାଏ ଆଣିଥାଏ ।

ଏହା ଭିତରେ ଆଣ୍ଟଅକ୍ସିଡ଼ାଣ୍ଟ ଥିବାରୁ ମାରାତ୍ମକ ରୋଗରୁ ରକ୍ଷାକରିଥାଏ । ତା ସହିତ ମଧ୍ୟ ତ୍ଵଚାକୁ ମସୃଣ ରଖିଥାଏ ।

ଡ଼ାଳିମ୍ବ ରସ ଧମନୀରେ ରକ୍ତ ପ୍ରବାହିତ କରିବାରେ ସାହାର୍ଯ୍ୟ କରିଥାଏ । ଯାହାଦ୍ଵାରା ଶରୀର ସୁସ୍ଥ ରହିଥାଏ ।

ସ୍ମରଣ ଶକ୍ତି କମଥିବା ଲୋକ ଡ଼ାଳିମ୍ବ ରସ ସେବନ କଲେ ସ୍ମରଣଶକ୍ତି ବଢ଼ିଥାଏ ।

ଏହା ଉଚ୍ଚ ରକ୍ତଚାପରୁ ରକ୍ଷା କରିଥାଏ । ଭିଟାମିନ ଓ ନାଇଟ୍ରିକ ଏସିଡ଼ ଭରପୁର ଥିବାରୁ ହାର୍ଟ ସମନ୍ଧୀୟ ରୋଗରୁ ରକ୍ଷା କରିଥାଏ ।

ଏନିମିଆ ଥିବା ରୋଗୀଙ୍କ ପାଇଁ ଏହା ମହୌଷଧି । ଏହା ରକ୍ତରେ ହିମୋଗ୍ଲୋବିନ ବଢ଼ାଇବା ସହ ଦେହରେ ରକ୍ତର ପରିମାଣ ବଢ଼ାଇଥାଏ ।

ଗଣ୍ଠିରୋଗ ପାଇଁ ଡ଼ାଳିମ୍ବ ବହୁତ ଉପକାରୀ । ଡ଼ାଳିମ୍ବ ରସ ସେବନ କଲେ ଆଣ୍ଠୁଗଣ୍ଠି ସମ୍ବନ୍ଧୀୟ ରୋଗ ଭଲହୋଇଥାଏ ।

Leave A Reply

Your email address will not be published.