Latest Odisha News

BREAKING NEWS

ଦୈନନ୍ଦିନ ଜୀବନରେ ଯୋଗର ଉପକାରିତା

(ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗଗୁରୁ ଦୀପକ ରଞ୍ଜନ ବେହେରାଙ୍କ ଆଲେଖ)

ମନୁଷ୍ୟ ଶରୀର ରୋଗର ମନ୍ଦିର, ମନୁଷ୍ୟର ଦେହ ଅଛି ଅର୍ଥାତ୍ କିଛି ନା କିଛି ରୋଗ ରହିଛି । ମନୁଷ୍ୟ ଶରୀରରେ ଅନେକ ପ୍ରକାରର ଛୋଟ ବଡ ରୋଗର ଲକ୍ଷଣ ଦେଖିବାକୁ ମିଳିଥାଏ । କିନ୍ତୁ ଯଦି ଆମ ଜୀବନଧାରାରେ ପ୍ରତ୍ୟେକ ଦିନ ୩୦ ମିନିଟ ରୁ ୪୫ ମିନିଟ ପର୍ଯ୍ୟନ୍ତ ଆବଶ୍ୟକୀୟ ଥିବା ଯୋଗାସନ ଓ ପ୍ରାଣାୟାମ ସହିତ ଖାଦ୍ୟର ଶୈଳୀ ପରିବର୍ତ୍ତନ କରିବା ତେବେ ଆମେ ନିଶ୍ଚିନ୍ତ ଭାବରେ ସୁସ୍ଥ ରହିପାରିବା । ଏହା ହିଁ ଆଦର୍ଶ ସୁସ୍ଥ ଜୀବନରେ ପରିଣତ ହୋଇପାରିବା ।

ମହର୍ଷି ପତଞ୍ଜଳିଙ୍କ ସୂତ୍ରାନୁଯାୟୀ ଯୋଗର ଆଠଗୋଟି ଅଙ୍ଗକୁ ଅଷ୍ଟାଙ୍ଗ ଯୋଗ କୁହାଯାଏ । ସେଗୁଡିକ ହେଲା – ଯମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା ଧ୍ୟାନ ଓ ସମାଧି । ଏଥିରେ ଯେଉଁ ଆସନ ଓ ପ୍ରାଣାୟମ କଥା କୁହାଯାଇଛି ଯାହା ସାଧାରଣ ଆଜିକାଲି ଆମେ ବିଭିନ୍ନ ସ୍ଥାନରେ ଦେଖିବାକୁ ପାଇଥାଉ । ପ୍ରାଣବାୟୁକୁ ଜାଣି ତାହାକୁ ନିୟମିତ ଜାଗ୍ରତ କରି ନିୟନ୍ତ୍ରଣ କରାଇବା ପ୍ରକ୍ରିୟାକୁ ପ୍ରାଣାୟାମ ଓ ଶରୀରରେ ଶାରୀରିକ ଅଙ୍ଗଚାଳନାକୁ ଯୋଗ କୁହାଯାଏ । ପ୍ରାଣାୟାମ ହେଉଛି ଯୋଗର ଏକ ଅଙ୍ଗ ଏବଂ ପ୍ରାଣୀ ପାଇଁ ଅତ୍ୟନ୍ତ ଉପଯୋଗୀ । ନିୟମିତ ଯୋଗ ଅଭ୍ୟାସ କରୁଥିବା ବ୍ୟକ୍ତି ଅଧିକ ସୁସ୍ଥ, ସବଳ, ଆନନ୍ଦ ଏବଂ ଧୈର୍ଯ୍ୟଶୀଳ ହୋଇଥାଏ ।

ମନକୁ ସ୍ଥିର ଓ ଶାନ୍ତ ରଖିବାର ସର୍ବଶ୍ରେଷ୍ଠ ଉପାୟ ହେଉଛି ନିୟମିତ ଭାବରେ ଯୋଗ ଅଭ୍ୟାସ କରିବା । ଯୋଗ ଶରୀରରେ ଥିବା ମାଂସପେଶୀକୁ ଶକ୍ତିଶାଳୀ କରିଥାଏ ବା ଫ୍ଲେକ୍ସିବ୍ଲ କରିଥାଏ । ଏହାଦ୍ୱାରା ରକ୍ତ ସଂଚାଳନ ଖୁବ୍ ସୁନ୍ଦର ଭାବରେ ହୋଇଥାଏ ।

ପ୍ରାଣାୟାମ ହେଉଛି ମନୁଷ୍ୟ ଶରୀରରେ ଶ୍ୱାସ, ପ୍ରଶ୍ୱାସକୁ ସଂଯୁକ୍ତ କରିଥାଏ । କିପରି ଶ୍ୱାସ ନେବା, କେତେ ସମୟ ନେବା ଏବଂ ପ୍ରଶ୍ୱାସକୁ କିପରି ଧିରେ ଧିରେ ଛାଡିବା ଏହାସବୁ ସୂଚନା ଦେଇଥାଏ । ଏହା ଫଳରେ ଆମ ଶରୀରରେ ଲଙ୍ଗ୍‌ସ ବା ଫୁସ୍‌ଫୁସ ଅଧିକ କାର୍ଯ୍ୟକ୍ଷମ ହୋଇଥାଏ ।
ଶାରୀରିକ ଉପକାର ହେବା ସହିତ ଆମର ମାନସିକ ଅଭିବୃଦ୍ଧି ମଧ୍ୟ ଘଟିଥାଏ । ଏହା କେବଳ ଏହି ଯୋଗ ଓ ପ୍ରାଣାୟମ ଦ୍ୱାରା ହିଁ ହୋଇଥାଏ । ନିଜ ଉପରେ ନିଜର ନିୟନ୍ତ୍ରଣ ରହିଥାଏ । ତେଣୁ ମାନସିକ ଭାରସାମ୍ୟ ହରାଉଥିବା ବ୍ୟକ୍ତି ନିଜ ପ୍ରତି ବିଶ୍ୱାସ ହରାଇନଥାଏ । ବାରମ୍ବାର ଯୋଗ ପଦ୍ଧତିରେ ରହିବା ଦ୍ୱାରା ନିଜର ମନୋବଳ ବୃଦ୍ଧି ସୃଷ୍ଟି କରିଥାଏ । ଯୋଗ ଦ୍ୱାରା ମନୁଷ୍ୟର ଆଧ୍ୟାତ୍ମିକ ଅନୁଭବ ସୃଷ୍ଟି ହୋଇଥାଏ ।

ଆସନ ଓ ପ୍ରାଣାୟାମ ଦ୍ୱାରା ରକ୍ତଚାପ ସନ୍ତୁଳିତ ହୋଇଥାଏ । ହୃଦରୋଗରେ ପୀଡିତ ବ୍ୟକ୍ତି ଯୋଗ ଦ୍ୱାରା ଉପକୃତ ହୋଇଥାଆନ୍ତି । ମଧୁମେୟ ବା ଡାଇବେଟିସ୍ ରୋଗକୁ ଯୋଗ ନିୟନ୍ତ୍ରଣ କରିଥାଏ । ଯୋଗ ଦ୍ୱାରା ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ । ବ୍ୟକ୍ତି ସଂଯମ ଶିକ୍ଷାଲାଭ କରେ ଭଗବତ ସେବାରେ ନିଜକୁ ସଂଯୁକ୍ତ କରିଥାଏ ।

ଆଧ୍ୟାତ୍ମିକ ଓ ଅଧିଭୌତିକ ନିବୃତ ପ୍ରାପ୍ତ କରିବା ଯାହା ଦ୍ୱାରା ବ୍ୟକ୍ତି ଜୀବନରେ ପୂର୍ଣ୍ଣ ସ୍ୱାସ୍ଥ୍ୟ । ପ୍ରସନ୍ନତା ଏବଂ ସନ୍ତୁଳନରେ ଅନୁଭୂତି ପ୍ରାପ୍ତ କରିପାରେ ଏବଂ ସର୍ବଶେଷରେ ମନ ମଧ୍ୟରେ ଗତି ସ୍ଥିତି ଓ ଶକ୍ତି ଉତ୍ପନ୍ନ ହୋଇଥାଏ ।

ସର୍ବଶେଷରେ ଯଦି ଆମେ ଦୈନିକ କିଛି ସମୟ ଯୋଗାସନ ଓ ପ୍ରାଣାୟମ ତଥା ଧ୍ୟାନ କରିବା ତେବେ ଆମେ ନିଶ୍ଚିତ ଭାବରେ ଜୀବନବ୍ୟାପୀ ସୁସ୍ଥ ଓ ନିରୋଗ ରହିପାରିବା ।

ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ମତୋ, ଚାନ୍ଦବାଲି, ଭଦ୍ରକ ମୋ – ୯୧୧୪୯୩୨୧୯୭

(ଲେଖକ ପ୍ରାକୃତିକ ଚିକିତ୍ସାର ଚିକିତ୍ସକ ଓ ଯୋଗଗୁରୁ )

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.