Latest Odisha News

BREAKING NEWS

ପ୍ରତିଷ୍ଠା ହେବ ଭୁବନେଶ୍ୱର-ପ୍ୟାରିସ ସାଂସ୍କୃତିକ ଡ଼େସ୍କ, ବଢିବ ଓଡ଼ିଶା-ଫ୍ରାନ୍ସ ସାଂସ୍କୃତିକ ବିନିମୟ

ଭୁବନେଶ୍ୱର : ଭୁବନେଶ୍ୱର-ପ୍ୟାରିସ ସାଂସ୍କୃତିକ ଡ଼େସ୍କ ପ୍ରତିଷ୍ଠା ହେବ । ଓଡ଼ିଶା ଓ ସୁଦୂର ଫ୍ରାନ୍ସ ମଧ୍ୟରେ ସୁନ୍ଦର ସାଂସ୍କୃତିକ ବିନିମୟ ଘଟିବ । ଫ୍ରାନ୍ସ ଦୂତାବାସର ସହଯୋଗ ଓ ସାଂସ୍କୃତିକ ବ୍ୟାପାର ଉପଦେଷ୍ଟା ତଥା ଫ୍ରେଞ୍ଚ ଇନଷ୍ଟିଚ୍ୟୁଟ୍ ଇନ୍ ଇଣ୍ଡିଆର ନିର୍ଦ୍ଦେଶକ ଡ଼ଃ ବର୍ଟାଣ୍ଡ ଡି ହାର୍ଟିଂ ଏଠାରେ ସୂଚନା ଦେଇଛନ୍ତି ।

 

ଏହି ସାଂସ୍କୃତିକ ଡେସ୍କ ପ୍ରତିଷ୍ଠା ହେବା ଫଳରେ ଭୁବନେଶ୍ୱର ଓ ପ୍ୟାରିସରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ଓଡ଼ିଶାର ନୃତ୍ୟ, କଳା, ଭାସ୍କର୍ଯ୍ୟ, ଚାରୁକଳା, ଐତିହ୍ୟ, ସଙ୍ଗୀତ ତଥା ବୟନଶିଳ୍ପର ବିଶ୍ୱ ଆଦୃତି ଲାଗି ପ୍ୟାରିସରେ ବିଭିନ୍ନ ସାଂସ୍କୃତିକ ସମାରୋହ ଆୟୋଜନ ହେବ ।

ଡଃ ହାର୍ଟିଂ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମୁଖ୍ୟ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ସହିତ ଏନେଇ ବିଶଦ ଆଲୋଚନା କରିଥିଲେ ।

 

ଆଲିସ ବୁନୋଟଙ୍କ ନେତୃତ୍ୱରେ ଏକ ସାଂସ୍କୃତିକ ଟିମ ରଘୁରାଜପୁର ଯାଇ ସେଠାରେ ଓଡ଼ିଶାର ପାରମ୍ପରିକ ଚିତ୍ରକଳା ପରିଦର୍ଶନ କରିଥିଲେ । ଏହି ଅବସରରେ ରଘୁରାଜପୁରର କେତେକ କଳାକାରଙ୍କ ସହିତ ସାକ୍ଷାତ ଆଲୋଚନା ମଧ୍ୟ କରିଛନ୍ତି ଏହି ଟିମ ।

 

Leave A Reply

Your email address will not be published.