Latest Odisha News

BREAKING NEWS

ଭୁବନେଶ୍ୱର ଶ୍ରୀବିହାର ଅଞ୍ଚଳର ଆପାର୍ଟମେଂଟ ସିଲ୍‌

ଭୁବନେଶ୍ୱର: ଚିହ୍ନଟ ହୋଇନାହାନ୍ତି ଆକ୍ରାନ୍ତ । ତଥାପି ସିଲ୍ ହେଲା ଆପାର୍ଟମେଂଟ । ଭୁବନେଶ୍ୱର ଶ୍ରୀବିହାର ଅଂଚଳର ଏକ ନିର୍ମାଣଧିନ ଆପାର୍ଟମେଂଟକୁ ପ୍ରଶାସନ ସିଲ୍ କରିଛି । ନିର୍ମାଣଧୀନ ଆପାର୍ଟମେଂଟକୁ ସିଲ କରିବା ସହ ତାରି ଭିତରେ ଶ୍ରମିକ ମାନଙ୍କୁ ୧୪ ଦିନ କ୍ୱାରେନଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଅବଧି ଭିତରେ ଶ୍ରମିକଙ୍କ ଠାରେ ଲକ୍ଷଣ ଦେଖାଗଲେ ସେମାନଙ୍କୁ କୋଭିଡ ହସ୍ପିଟାଲ ପଠାଯିବ ନଚେତ ଛାଡିଦିଆଯିବ  । ସେପଟେ ଆଖପାଖ ଅଂଚଳରେ ରହୁଥିବା ଲୋକଙ୍କୁ ଘରୁ ନବାହାରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ପ୍ରଶାସନର ଅଗୋଚରରେ ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ କିଛି ଶ୍ରମିକ ଆସି ଏଠାରେ କାମ କରୁଥିଲେ । ଦୀର୍ଘଦିନ ହେଲା ଏମାନେ ଏହି ଆପାର୍ଟମେଂଟରେ ରହିବା ସହ କାମ କରୁଥିବା ବେଳେ ଆଖପାଖ ଅଂଚଳରେ ବୁଲାବୁଲି କରୁଥିଲେ । ପଶ୍ଚିମବଙ୍ଗରେ କରୋନାରସଂକ୍ରମଣ ଅଧିକ ରହିଥିବାରୁ ଏବଂ ଓଡିଶାକୁ ପଶ୍ଚିମବଙ୍ଗରୁ ସଂକ୍ରମଣ ବ୍ୟାପୁଥିବାରୁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି ।

Leave A Reply

Your email address will not be published.