Latest Odisha News

BREAKING NEWS

ଆଜି ନଦୀଡ଼ିହ ମାଙ୍ଗାନିଜ-ଲୁହାପଥର ଖଣିର ହେବ ନିଲାମ ପ୍ରକ୍ରିୟା

ନୂଆଦିଲ୍ଲୀ: ରାଜ୍ୟର ମହୁଲସୁଖ ଖଣି ପରେ ଆଜି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଖଣିର ଆବଣ୍ଟନ ପ୍ରକ୍ରିୟା ଅନୁଷ୍ଠିତ ହେଉଛି ।

ଏହି ନଦୀଡ଼ିହ ମାଙ୍ଗାନିଜ ଓ ଲୁହାପଥର ଖଣି ଲାଗି ୧୦ଟି ପ୍ରମୁଖ କମ୍ପାନୀ ବିଡ଼ିଂରେ ରହିବେ । ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଏହି ନଦୀଡ଼ିହ ଖଣି ୧୨୧.୪୦୫ ଏଚଏ ପରିବ୍ୟାପ୍ତ । କୋଇରା ମାଇନିଂ ସେକ୍ଟର ଅଞ୍ଚଳରେ ଥିବା ଏହି ବହୁ ପୁରାତନ ଖଣିଟି ୧୯୬୧ ଜାନୁଆରୀରୁ ଖନନ ହେବାରେ ଲାଗିଛି ।

ୟାଜଦାନୀ ଇଣ୍ଟରନ୍ୟାସନାଲ (ପ୍ରା) ଲିମିଟେଡ୍ ସର୍ବାଧିକ ଆଇପିଓ ୮୧.୬୫ ପ୍ରତିଶତ କୋଟିଙ୍ଗ କରିଥିବା ବେଳେ ଟିପି ସାଓ ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିଃ ୭୨.୫୦ %, ବ୍ରାହ୍ମଣୀ ରିଭର୍ ପେଲେଟ୍ସ ଲିଃ ୭୩ %, ଲାଲ୍ ଟ୍ରେଡ଼ର୍ସ ଏଣ୍ଡ ଏଜେନ୍ସିଜ ପ୍ରାଇଭେଟ୍ ୭୨.୫୦, ବିଶାଲ୍ ଆଇପିଜି ଫୁଏଲ୍ସ ଲିଃ ୬୬ %, ଜେଏସପିଏଲ୍ ୬୩ %, ଆର୍ସେଲରମିତ୍ତଲ୍ ୫୫% ଏବଂ ଫୋରର୍ମେଣ୍ଟୋ ୫୨.୨୦ % ।

ରାଜ୍ୟର ନିଲାମ ହେବାକୁ ଥିବା ୧୯ଟି ଖଣି ମଧ୍ୟରୁ ଏହା ୧୦ମ ଖଣି ।

ମହୁଲସୁଖ ଲୁହାପଥର ଓ ମାଙ୍ଗାନିଜ୍ ଖଣିକୁ ପଟ୍ଟନାୟକ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ଼ ଶନିବାର ଦିନ ୯୨.୭୦ ବିକ୍ରିମୂଲ୍ୟ ନିଲାମ ଦ୍ୱାରା ଅକ୍ତିଆର କରିଛି ।

ସେହିପରି ଭାବେ ଶୁକ୍ରବାର ଦିନ କୋଲକାତାର ଖଟୁଆ ନର୍ଭେରାମ ଏଣ୍ଡ କମ୍ପାନୀ ରଇଡ଼ା ୨ ଲୁହାପଥର ଖଣି ହାସଲ କରିପାରିଛି । ଏହାକୁ ୯୦.୯୦ ପ୍ରତିଶତ ବିକ୍ରିମୂଲ୍ୟରେ ହାସଲ କରିପାରିଛି ।

କେନ୍ଦୁଝର ଜିଲ୍ଲାରେ ଥିବା ଝିଲିଙ୍ଗ-ଲଙ୍ଗଲୋଟା ଲୁହାପଥର ଖଣିକୁ ଶ୍ୟାମ ଓର୍ ୧୩୫ ପ୍ରତିଶତ ବିକ୍ରିମୂଲ୍ୟ ଓଡ଼ିଶା ସରକାରଙ୍କୁ ଦେବାକୁ ନିଷ୍ପତ୍ତି ଗ୍ରହଣ କରି ହାସଲ କରିପାରିଛି ।

ବଳଦା ଲୁହାପଥର ଖଣିକୁ ଫେବୃଆରୀ ୪ ତାରିଖ ଦିନ ସେରାଜୁଦ୍ଦିନ୍ ଏଣ୍ଡ କମ୍ପାନୀ ନେଇଥିବା ବେଳେ ଫେବୃଆରୀ ୩ ତାରିଖ ଦିନ ଠାକୁରାଣୀ ଲୁହାପଥର ଖଣିକୁ ଆର୍ସେଲର୍ ମିତ୍ତଲ୍ ଇଣ୍ଡିଆ ପ୍ରାଇଭେଟ୍ କମ୍ପାନୀ ଅକ୍ତିଆର କରିପାରିଛି ।

Leave A Reply

Your email address will not be published.