Latest Odisha News

BREAKING NEWS

ଅଗଷ୍ଟ ୬ରେ ଅନୁଷ୍ଠିତ ହେବ ବିଟସାଟ ୨୦୨୦ ପରୀକ୍ଷା

ନୂଆଦିଲ୍ଲୀ  ଆସନ୍ତା ଅଗଷ୍ଟ ୬ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବିରଲା ଇନଷ୍ଟିଟିୟୁଟ ଟେକ୍ନୋଲୋଜି ଆଣ୍ଡ ସାଇନ୍ସର ଆଡମିସନ ପରୀକ୍ଷା । ଏହି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ବିଟ୍‌ସ ପିଲାନୀ, ଗୋଆ ତଥା ହାଇଦେରାବାଦ କ୍ୟାମ୍ପସ ରେ ଆଡମିସନର ସୁଯୋଗ ପାଇପାରିବେ ।

ଅନଲାଇନ ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷା ର ସ୍ଲଟ୍ ବୁକିଂ ତଥା ଆଡମିଟ କାର୍ଡ ରିଲିଜର ତାରିଖ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ।

ଅଧିକ ପଢନ୍ତୁ – ଜୁନ ୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନଲାଇନ ଆଡମିସନ ଆରମ୍ଭ; ଅଗଷ୍ଟ ୧୧ରେ ପ୍ରକାଶ ପାଇବ ପ୍ରଥମ କଟ୍‌-ଅଫ୍ ତାଲିକା

୩ ଘଣ୍ଟା ର ଏହି ପରୀକ୍ଷାରେ ଫିଜିକ୍ସ୍‌, କେମେଷ୍ଟ୍ରୀ, ଇଙ୍ଗଲିସ୍ ପ୍ରୋଫିସିଏନ୍‌ସି, ଲଜିକାଲ ରିଜୋନିଂ, ମ୍ୟାଥସ୍ ଓ ବାୟୋଲୋଜି ଆଦି ବିଷୟକୁ ଅନ୍ତର୍ଭୁକ୍ତ କରାଯାଇଛି ।

ପ୍ରଥମେ ମଇ ୧୬ ରୁ ୨୫ ତାରିଖ ରେ ବିଟସାଟ ୨୦୨୦ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା ।

Leave A Reply

Your email address will not be published.