Latest Odisha News

BREAKING NEWS

ବିଜେଡ଼ିର ପ୍ରେସମିଟ: ବିଜେପିର ରିପୋର୍ଟ କାର୍ଡ଼ ନେଇ ବିଜେଡ଼ିର ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ

ଭୁବନେଶ୍ୱର : ଶାସକ ବିଜୁ ଜନତା ଦଳ ବିଜେପିର ୪ ବର୍ଷ ଶାସନର ରିପୋର୍ଟ କାର୍ଡ଼କୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ।

ଶୁକ୍ରବାର ଦିନ ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସବର୍ମା ବିଜେଡ଼ି ପକ୍ଷରୁ ଅନୁଷ୍ଠିତ ଏକ ପ୍ରେସମିଟରେ କହିଛନ୍ତି, ଓଡ଼ିଶାର ଜନସାଧାରଣଙ୍କୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

“କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାର ରାଜ୍ୟକୁ ଦେଉଥିବା ଅନୁଦାନ ନେଇ ଯେଉଁ ବିବୃତି ଦେଇଛନ୍ତି ତାହା ବିଭ୍ରାନ୍ତିକର” ବୋଲି ଶ୍ରୀଯୁକ୍ତ ଦାସବର୍ମା କହିଛନ୍ତି ।

ସେ ମଧ୍ୟ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ତାଙ୍କର ରିପୋର୍ଟ କାର୍ଡ଼ ଦେବା ବଦଳରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ସମ୍ପର୍କରେ ସ୍ପଷ୍ଟିକରଣ ଦିଅନ୍ତୁ ।

ସେହିପରି ମହାନଦୀ ପ୍ରସଙ୍ଗରେ ଶ୍ରୀଯୁକ୍ତ ଦାସବର୍ମା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କହିଛନ୍ତି ଯେ, ଛତିଶଗଡ଼ ସରକାରଙ୍କୁ ମହାନଦୀ ଉପରେ ନିର୍ମାଣାଧିନ ବ୍ୟାରେଜ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଶ୍ରୀଯୁକ୍ତ ପ୍ରଧାନ କହିବା କଥାର ସ୍ପଷ୍ଟିକରଣ ଦେବା ଉଚିତ ।

Leave A Reply

Your email address will not be published.