Latest Odisha News

BREAKING NEWS

ଗଞ୍ଜାମରେ ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ

ଭୁବନେଶ୍ୱର : ଓଡିଶାରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନର୍ବାଚନ ଜାରି ରହିଥିବାବେଳେ ଗଞ୍ଜାମ ଜିଲ୍ଲାରେ ଜଣେ ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଝାଟିଆପଦର ବୁଥ୍ ନଂ-୮୨ର ଚିକିଟି ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ଅନ୍ୟ ରାଜନୈତିକ ଦଳର କିଛି ସଦସ୍ୟ ତାଙ୍କ ଦଳର ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି ।

ଆହୁରି ମଧ୍ୟ ଚିକିଟି ବ୍ଲକର କିଛି ବୁଥକୁ ଜବରଦଖଲ କରାଯାଇଥିବା ସହ ପାଖାପାଖି ୧୮ଟି ବୁଥରେ ବିଜେପି ଏଜେଣ୍ଟକୁ ପୁରାଇ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.