Latest Odisha News

BREAKING NEWS

କରୋନାର ପ୍ରକୃତ ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର: ବିଜୟ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ କୋଭିଡ ପରିଚଳାନା ନେଇ ରାଜ୍ୟ ସରକାରଙ୍କୁ ପୁଣି ଘେରିଛି ବିଜେପି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ହେଉଥିବା ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଆଗକୁ କରୋନା ସ୍ଥିତି ଆହୁରି ଭୟଙ୍କର ହେବ । ସରକାର ଏହାର ଗୁରୁତ୍ୱକୁ ଉପଲବ୍ଧି କରୁନାହାନ୍ତି । କରୋନା ଗ୍ରାଉଣ୍ଡ ସ୍ଥିତିରୁ ବହୁ ଦୂରରେ ଥିବାବେଳେ ସରକାର ମିଛ ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି, ସଚିବାଳୟରୁ 3 ବରିଷ୍ଠ IASଙ୍କୁ 3 ସବିଡିବିଜନକୁ ପଠାନ୍ତୁ । ମେଡିକାଲ କମିଟି ଗଠନ କରନ୍ତୁ। ଏହାସହିତ  ଅଂହକାର ଛାଡ଼ି ବାସ୍ତବତାକୁ ସ୍ୱୀକାର କରନ୍ତୁ, ଭୁଲ୍‌ର ପୁନରାବୃତ୍ତି ନ କରନ୍ତୁ ବୋଲି କହିଛନ୍ତି ବିଜୟ। ଏପରିକି କବିସୂର୍ଯ୍ୟନଗର ବ୍ଲକ ଓ NACରେ ୨୯ ମରିଥିବାବେଳେ ପ୍ରକୃତ ମୃତ୍ୟୁ ତଥ୍ୟକୁ ସରକାର ଲୁଚାଉଥିବା ଅଭିଯୋଗ କରିଛନ୍ତି ବିଜୟ ।

Leave A Reply

Your email address will not be published.