Latest Odisha News

BREAKING NEWS

ସରକାର ମାଗିଲେ ଖର୍ଚ୍ଚ ହିସାବ, କଟାକ୍ଷ କଲା ବିଜେପି

ଭୁବନେଶ୍ୱର: ପଂଚାୟତିରାଜ ବିଭାଗ ପକ୍ଷରୁ ସଙ୍ଗରୋଧ କେନ୍ଦ୍ରରେ ହୋଇଥିବା ଖର୍ଚ୍ଚର ହିସାବ ମଗାଯିବା ପରେ ଏହାକୁ ନେଇ କଟାକ୍ଷ କରିଛି ରାଜ୍ୟ ବିଜେପି । ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ ଜାଗାରେ ଭିତ୍ତିଭୂମିକୁ ନେଇ ବହୁ ଦୁର୍ନୀତି ହୋଇଛି । କେଉଁ ଫଣ୍ଡରୁ ଟଙ୍କା ଖର୍ଚ୍ଚ କରିଛନ୍ତି, ତାର ହିସାବ ନାହିଁ । ଏବେ କେଉଁ ବଜେଟରୁ କେଉଁ ଜିଲ୍ଲାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ରାଜ୍ୟ ସରକାର ସ୍ପଷ୍ଟ ଚିତ୍ର ଦେବା ଦରକାର ।

ସେପଟେ ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡି । ଦଳ କହିଛି, ପଂଚାୟତରେ ଥିବା ଫଣ୍ଡରୁ ଖର୍ଚ୍ଚ କରିବାକୁ କୁହାଯାଇଥିଲା । ଦୈନନ୍ଦିନ ଖର୍ତ୍ତ ପାଇଁ ୪୮ କୋଟି ଟଙ୍କା ଦିଆଯାଇଥିଲା । ଟଙ୍କା ସବୁବେଳେ କ୍ୟାସରେ ଦିଆଯାଏନି । ଜରୁରୀ ସ୍ଥିତିରେ ଗଛିତ ଟଙ୍କାରୁ ଖର୍ଚ୍ଚ ହୁଏ । ଏଥିରେ କିଛି ଅସୁଦ୍ଧି ନାହିଁ । ପଂଚାୟତରେ ଜନପ୍ରତିନିଧି ଅଛନ୍ତି ଏବଂ ସୁପରିଚାଳନା ହୋଇଛି । ବିରୋଧୀ କିଛି ନିର୍ଦ୍ଧିଷ୍ଟ ଅଭିଯୋଗ ଥିଲେ ଆଣନ୍ତୁ ବୋଲି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.