Latest Odisha News

BREAKING NEWS

ରାଜଧାନୀରେ ବିଜେପି ଯୁବ ମୋର୍ଚ୍ଚା କର୍ମୀ-ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର : ବିଜେପି ଯୁବ ମୋର୍ଚ୍ଚାର ଶହଶହ କର୍ମକର୍ତ୍ତାମାନେ ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ରାଜ୍ୟ ସଚିବାଳୟ ନିକଟରେ ପୋଲିସ ସହ ଧସ୍ତାଧସ୍ତୀ ହୋଇଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନାନୁଯାୟୀ ବେକାରୀ ସମସ୍ୟା ତଥା ଯୁବବର୍ଗଙ୍କୁ ଚାକିରି ଦେବାରେ ରାଜ୍ୟ ସରକାରଙ୍କ ଅପରାଗତା ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ଅଧ୍ୟକ୍ଷ, ପୁନମ ମହାଜନ, ମହାସଚିବ ସୌରଭ ଚୌଧୁରୀ ଓ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ଟଙ୍କଧର ତ୍ରୀପାଠୀଙ୍କ ନେତୃତ୍ୱରେ ଶତାଧିକ ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ବିରୋଧ ପ୍ରଦର୍ଶନ କରିଥିଲେ ।

ଯୁବ ମୋର୍ଚ୍ଚା କର୍ମୀଙ୍କ ପକ୍ଷରୁ ବିଜେପି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ବାହାରିଥିଲା।

ଆହୁରି ମଧ୍ୟ ରାଜ୍ୟ ସଚିବାଳୟ ନିକଟରେ ବିକ୍ଷୋଭକାରୀ ମାନେ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ କିଛି ନେତାଙ୍କ ସମେତ ଅନେକ କର୍ମକର୍ତ୍ତା ମାନଙ୍କୁ ମଧ୍ୟ ଗିରଫ କରିଥିଲା ।

ଗଣମାଧ୍ୟମକୁ ସୂଚନା ଦେଇ ଟଙ୍କଧର ତ୍ରୀପାଠି କହିଛନ୍ତି “ଏବେ ଓଡିଶାର ସମସ୍ତ ୧୯ ବର୍ଷରନବୀନ ସରକାରଙ୍କୁ ନିଯୁକ୍ତି ସମ୍ପର୍କରେ ସ୍ପଷ୍ଟକରଣ ମାଗିବା ଉଚିତ୍ । ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର ହେବ । ଏଥିସହିତ ତୃଣମୂଳସ୍ତରରେ ଏହି ଆନ୍ଦୋଳନକୁ ବ୍ୟାପକ କରାଯାଇ ନବୀନ ସରକାରର ଅପରାଗତାକୁ ସର୍ବସମ୍ମୁଖକୁ ଅଣାଯିବ” ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.