Latest Odisha News

BREAKING NEWS

ରାଜଧାନୀରେ ଖୋଲିବ ସପିଂ ମଲ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ମଲ୍ । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଅନୁମତି ଦେଇଛି । ତେବେ ଏ ନେଇ ବିଏମସି ପକ୍ଷରୁ ଏସଓପି ଜାରି ହୋଇଛି ।

ମଲ୍ ପରିସରରେ ଫୁଡ୍ କୋର୍ଟ କିମ୍ବା ଗେମ୍ ଜୋନ ଖୋଲିବ ନାହିଁ । ମଲ୍ ଭିତରେ ଥିବା ସିନେମାହଲ ବନ୍ଦ ରହିବ । କୌଣସି ପ୍ରମୋସନାଲ କାର୍ଯ୍ୟକ୍ରମ ହେବ ନାହିଁ ।

ମଲ୍ ଭିତରକୁ ପ୍ରବେଶ ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମଲ୍‌ର କର୍ମଚାରୀ ତଥା ଗ୍ରାହକଙ୍କ ମଧ୍ୟରେ ଅନ୍ୟନ ୬ ଫୁଟ୍ ଦୂରତା ବଜାୟ ରଖିବେ । ସମସ୍ତେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବେ । ମଲର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ । ଥଣ୍ଡା କିମ୍ବା ଜ୍ୱର ଥିଲେ ମଲ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ ।

Leave A Reply

Your email address will not be published.