Latest Odisha News

ପୂର୍ବତନ ସରପଞ୍ଚଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼, ୩ ଗୁରୁତର

ଖୋର୍ଦ୍ଧା: ରାତି ଅଧରେ ପୂର୍ବତନ ସରପଞ୍ଚଙ୍କ ଘର ଉପରେ ବୋମାମାଡ଼ । ଖୋର୍ଦ୍ଧା ବାଘମାରୀରେ ଘଟିଛି ଏଭଳି କାଣ୍ଡ । ବାଘମାରୀ ଥାନା ଭୋଗଡ଼ା ଗାଁରେ ପୂର୍ବତନ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ଏଥିରେ ତାଙ୍କ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏହାଛଡ଼ା ବୋମାମାଡ଼ରେ ଗାଁର ଅନ୍ୟ ଦୁଇଜଣ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ନିଜେ ପୂର୍ବତନ ସରପଞ୍ଚ ସୁକାନ୍ତ ଜୟସିଂହ, ତାଙ୍କ ପତ୍ନୀ ଲାବଣ୍ୟ ଜୟସିଂହ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇ ପ୍ରଥମେ ଖୋର୍ଦ୍ଧା ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଘଟଣାସ୍ଥଳରେ ବାଘମାରୀ ପୋଲିସ ପହଞ୍ଚି ଅଧିକ ଛାନଭିନ୍ କରୁଛି । ତେବେ ଲୁଟ୍ ଉଦ୍ଦେଶ୍ୟରେ ଏହି ବୋମାମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ରାତିରେ ଡକାୟତି ଉଦ୍ଦେଶ୍ୟରେ ୮ରୁ ୧୦ ଜଣ ଦୁର୍ବୃତ୍ତ ଆସି ଏଭଳି ବୋମାମାଡ଼ କରି କିଛି ଲୁଟିମଧ୍ୟ ନେଇଛନ୍ତି । ତେବେ କଣ ଏବଂ କେତେ ଲୁଟିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.