Latest Odisha News

BREAKING NEWS

ନବବଧୂକୁ କରୋନା, ଶ୍ୱଶୁର ଘର ଲୋକେ ଛାନିଆ

ଭୋପାଲ: କନ୍ୟାକୁ କରୋନା । ଶ୍ୱଶୁର ଘରେ ଆତଙ୍କ । ବିବାହ ଦୁଇ ଦିନ ପରେ ନବବଧୁଙ୍କ ରିପୋର୍ଟ ଆସିଲା ପଜିଟିଭ । ଖବର ଶୁଣି ଛାନିଆ ହେଲେ ଶାଶୁଘର ଲୋକ । ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାର ମଣ୍ଡିଦୀପରେ । ସୂଚନା ମୁତାବକ, ବିବାହ ଦିନ କନ୍ୟାର ସ୍ୱାସ୍ଥ୍ୟ ଖରାପ ଥିଲା । ହେଲେ ଏହାକୁ ଅଣାଦେଖା କରିଥିଲେ ଘରଲୋକ । କରୋନା ସଂକ୍ରମିତ ଆଶଙ୍କାରେ ତିନି ଦିନ ପୂର୍ବରୁ ଯୁବତୀ ଜଣକ ଟେଷ୍ଟ କରିଥିଲେ । ଆଉ ବିବାହର ଦୁଇ ଦିନ ପରେ ଆସିଥିଲା ରିପୋର୍ଟ । ଆଉ ରିପୋର୍ଟରୁ ଜଣାପଡିଥିଲା ଯେ, ସେ କରୋନା ସଂକ୍ରମିତ ।

ତେବେ ରିପୋର୍ଟ ଆସିବା ପୂର୍ବରୁ ସେ କନିଆରୁ ସାଜି ସାରିଥିଲେ ନବବଧୂ । ସରିଯାଇଥିଲା ବିବାହ । ସେ ବାହା ହୋଇ ଶ୍ୱଶୁର ଘରକୁ ଯାଇସାରିଥିଲେ । ନୂଆ ବୋହୁ କରୋନା ସଂକ୍ରମିତ ହେବା ଖବର ଶୁଣି ଶ୍ୱଶୁର ଘର ଲୋକେ ଆତଙ୍କିତ ହୋଇପଡିଥିଲେ । ପରେ କରୋନା ସଂକ୍ରମିତ ନବବଧୂକୁ ଭୋପାଲ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ନବ ବିବାହିତଙ୍କ ପରିବାରର ଲୋକଙ୍କ ସମେତ ୩୨ଜଣଙ୍କୁ ହୋମ କ୍ୱାରେଂଟିନ୍‌ରେ ରଖଯାଇଛି ।

Leave A Reply

Your email address will not be published.