ନୂଆଦିଲ୍ଲୀ: କେନ୍ଦ୍ର ସରକାର କରୋନା ସହ ମୁକାବିଲା କରିବା ପାଇଁ ଏକ ନୂଆ ପଦକ୍ଷେପ ନେଇଛନ୍ତି । ଦେଶରେ ଔଷଧ ଏବଂ ମେଡିକାଲ ଉପକରଣର ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ୧୪ ହଜାର କୋଟି ଟଙ୍କା ମଂଜୁରୀ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ସ୍ୱତନ୍ତ୍ର ପ୍ୟାକେଜକୁ ଅନୁମୋଦନ ମିଳିଛି ।
କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ, ଦେଶରେ ୪ଟି ରାଜ୍ୟରେ ମେଡିକାଲ ଉପକରଣ ପାର୍କ ନିର୍ମାଣ କରାଯିବ । ଏଥିପାଇଁ ୩୪୨୦ କୋଟି ଖର୍ଚ୍ଚ ହେବ । ସେହିପରି ଔଷଧିୟ ପାର୍କ ନିର୍ମାଣ ପାଇଁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏପିଆଇକୁ ପ୍ରୋତ୍ସାହିତ କରିବା ପାଇଁ ୬୯୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଭାରତରେ ଔଷଧ ତିଆରି କରିବା ପାଇଁ ୮୦ ପ୍ରତିଶତ ଏପିଆଇ ବିଦେଶରୁ ଆସୁଛି । ତେବେ ଭାରତରେ ଔଷଧ ପାର୍କ ତିଆରି ପାଇଁ ସରକାର ପ୍ରାୟ ୧୪ ହଜାର କୋଟି ଖର୍ଚ୍ଚ କରିବେ । ଏହାଦ୍ୱାରା ଭାରତରେ ଔଷଧ ଏବଂ ଡାକ୍ତରୀ ଉପକରଣର ଅଭାବ ହେବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ।
BREAKING NEWS
- ରୋହିତଙ୍କ ପାଖକୁ ଫେରିବ କି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଦାୟିତ୍ୱ
- ଏମାନଙ୍କର ଟିକେଟ୍ କାଟିଲା ବିଜେଡି ?
- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଭିନ୍ୟୁ ସୁପରଭାଇଜର ଓ ଅବସରପ୍ରାପ୍ତ ଅମୀନ ଗିରଫ
- ଶିବସେନାରେ ସାମିଲ ହେଲେ ଗୋବିନ୍ଦା; କହିଲେ, ‘ବନବାସ ସାରି ରାମ ରାଜ୍ୟକୁ ଫେରିଲି’
- ‘ମୁଁ ମୋ ନିଜ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରୁଛି, ଆଉ କାହାକୁ ଗୁରୁତ୍ୱ ଦେଉନାହିଁ’
- ‘ନବୀନଙ୍କ ନାଁ ବିନା ଭର୍ତ୍ତୃହରି ଓ ସିଦ୍ଧାନ୍ତ ୱାର୍ଡମେମ୍ବର ଜିତିବାର କ୍ଷମତା ନାହିଁ’
- ୨୩୮ ଥର ହାରିବା ପରେ ବି ଲୋକସଭା ପ୍ରାର୍ଥୀ ହୋଇ ରେକର୍ଡ କଲେ କେ.ପଦ୍ମରାଜନ
- ଲାଓସରେ ଫସିଛନ୍ତି ୧୭ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ
- ବିଜେପିରେ ସାମିଲ ହେଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
- ‘ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍’