Latest Odisha News

BREAKING NEWS

ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ସହ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଭିଡିଓ କନଫରେନ୍ସ ବୈଠକ

ନୂଆଦିଲ୍ଲୀ: ନିଜାମୁଦ୍ଦିନ ସମାରୋହରେ ସାମିଲ ହୋଇଥିବା ବ୍ୟକ୍ତି ମାନଙ୍କ ଯୋଗୁଁ କରୋନା ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକୁ ଏହାର ଅଂଶଗ୍ରହଣକାରୀମାନଙ୍କୁ ଚିହ୍ନଟ କରିବା ଲାଗି କୁହାଯାଇଛି ।

ଯୁଦ୍ଧକାଳୀନ ଭିତିରେ ଏହି ଚିହ୍ନଟକ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି ।

ଏହି ସମ୍ମିଳନୀରେ ଯୋଗ ଦେଇଥିବା ବିଦେଶୀ ପ୍ରତିନିଧିମାନେ ଭିସା କଟକଣା ଉଲଂଘନ କରିଥିବା ଦୃଷ୍ଟିକୁ ଆସିଛି । ଭିସା କଟକଣାକୁ ଉଲଂଘନ କରିଥିବା ବିଦେଶୀ ଆୟୋଜକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟମାନଙ୍କୁ କୁହାଯାଇଛି ।

ଏହାଛଡା ରାଜ୍ୟଗୁଡିକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସପ୍ତାହକ ମଧ୍ୟରେ ଲାଗୁ କରିବାକୁ କୁହାଯାଇଛି । ଏହାଦ୍ୱାରା ହିତାଧିକାରୀମାନଙ୍କ ହାତକୁ ପର୍ଯ୍ୟାପ୍ତ ନଗଦ ପଇସା ଆସିପାରିବ ।

ତେବେ ସାମାଜିକ ଦୂରତ୍ୱ ରକ୍ଷା କରି ଏହାକୁ ତ୍ୱରାନ୍ୱିତ କରିବାକୁ ପଡିବ । ସମଗ୍ର ଦେଶରେ ଲକଡାଉନକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି ।

ଅନ୍ତଃରାଜ୍ୟ ମାଲ ପରିବହନକୁ ସୁନିଶ୍ଚିତ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି ।

ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖିବା ସହ ସେଗୁଡିକର ସୁଚାରୁ ବଂଟନ ସୁନିଶ୍ଚିତ କରିବାକୁ ମଧ୍ୟ ରାଜ୍ୟଗୁଡିକୁ କୁହାଯାଇଛି ।

Leave A Reply

Your email address will not be published.