Latest Odisha News

BREAKING NEWS

କେୟାର ହସ୍ପିଟାଲ୍ ପକ୍ଷରୁ ରୋଗୀଙ୍କ ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା ବ୍ୟବସ୍ଥା

ଭୁବନେଶ୍ୱର: କେୟାର ହସ୍ପିଟାଲ, ଭୁବନେଶ୍ୱର ପକ୍ଷରୁ ଏହାର ସମସ୍ତ କେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା ଲାଗି ସାମାଜିକ ଦୂରତ୍ୱ ବଜାୟ ରଖିବା ବ୍ୟବସ୍ଥାକୁ ମୂତୟନ କରାଯାଇଛି । ଏହି ସଙ୍କଟମୟ ସମୟ ଏବଂ ଲକ୍ ଡାଉନ୍ ଅବଧିରେ ଟେଲିମେଡିସିନ୍ ସେବାକୁ ବ୍ୟବହାର କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ସମସ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକୁ ଆହ୍ୱାନ ଦିଆଯାଇଥିବା ବେଳେ ହସ୍ପିଟାଲ୍‌ର ଡାକ୍ତରମାନେ ଜଟିଳ ରୋଗରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା ଯେଭଳି ଜାରି ରହିପାରିବ ତାହାକୁ ନିଶ୍ଚିତ କରୁଛନ୍ତି ।

ଚଳିତ ସପ୍ତାହରେ ମନ୍ତ୍ରଣାଳୟ ତରଫରୁ ସଂଶୋଧିତ ଜାତୀୟ ଟେଲିମେଡିସିନ୍ ଗାଇଡ୍‌ଲାଇନ୍ ଜାରି କରାଯାଇଥିଲା । ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥିବାରୁ ଟେଲିଫୋନ୍ ବାର୍ତାଳାପ ଜରିଆରେ ପ୍ରେସ୍‌କ୍ରିପ୍‌ସନ୍ ଲେଖିବା ପାଇଁ ଡାକ୍ତରମାନଙ୍କୁ କୁହାଯାଇଛି ।

କେୟାର ହସ୍ପିଟାଲସ୍‌ର କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡକ୍ଟର ପ୍ରଜ୍ଞାନ କୁମାର ରାଉତରାୟ କହିଛନ୍ତି ଯେ, “ଆମ ହସ୍ପିଟାଲ୍‌ରେ ବିଭିନ୍ନ ସ୍ପେସିଆଲିଷ୍ଟ୍ ଡାକ୍ତରମାନେ ଦୂରରେ ରହି ରୋଗୀଙ୍କୁ ପରାମର୍ଶ ଦେଉଛନ୍ତି । ଜରୁରୀକାଳୀନ ସେବା ପାଇଁ ଯେଉଁମାନଙ୍କୁ ହସ୍ପିଟାଲ୍ ଆସିବାକୁ ପଡ଼ୁଛି ସେମାନଙ୍କ ପାଇଁ ଆମେ ଆମର ହସ୍ପିଟାଲ୍ କେନ୍ଦ୍ରଗୁଡ଼ିକରେ ତିନି ସ୍ତରୀୟ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି ଯେଉଁଥିରେ ଆମର ଡାକ୍ତର, ପାରାମେଡିକାଲ କର୍ମଚାରୀ ଏବଂ ଆଟେଂଡାଂଟ୍‌ମାନେ ରହିଛନ୍ତି ।’’

“ଟେଲିମେଡିସିନ୍ ଜରିଆରେ ରୋଗୀଙ୍କ ସହ ପରାମର୍ଶ କରିବା ଲାଗି ଆମର ସମସ୍ତ ଡାକ୍ତର ଏବଂ ନର୍ସମାନଙ୍କୁ ତାଲିମ ପ୍ରଦାନ କରାଯାଇଛି ଏବଂ ମେଡିକାଲ୍ ବୃତିର ଏକ ସ୍ୱତନ୍ତ୍ର ଟିମ୍ ଚବିଶ ଘଂଟା କାର୍ଯ୍ୟ କରୁଥିବା ବେଳେ ଯେଉଁ ଠାରେ ଦରକାର ହେଉଛି ରୋଗୀଙ୍କ ଘରକୁ ଯାଇ ନମୁନା ସଂଗ୍ରହ କରାଯାଉଛି ବୋଲି ସେ କହିଛନ୍ତି ।

ହସ୍ପିଟାଲ୍ ତରଫରୁ ଅନେକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବରିଷ୍ଠ ମେଡିକାଲ୍ ବୃତିଧାରୀଙ୍କ ଏକ ଟିମ ପ୍ରତିଦିନ ବୈଠକ କରି ସ୍ଥିତିର ସମୀକ୍ଷା ଏବଂ ଅଡିଟ୍ କରୁଛନ୍ତି ।

କେୟାର ହସ୍ପିଟାଲ୍‌ର ଟେଲିମେଡିସିନ୍ ବ୍ୟବସ୍ଥା ସମ୍ପର୍କରେ କାର୍ଡିଓଲୋଜି ବିଭାଗର ନିର୍ଦେଶକ ତଥା ବିଭାଗୀୟ ମୁଖ୍ୟ ଡକ୍ଟର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ କହିଛନ୍ତି ଯେ, “ସରକାରଙ୍କ ନିର୍ଦେଶାବଳୀ ଅନୁସାରେ ଆମେ ଅନଲାଇନ୍ ଡିଜିଟାଲ୍ ପ୍ଲାଟଫର୍ମରେ ରୋଗୀଙ୍କୁ ପରାମର୍ଶ ଦେଉଛୁ ଓ ରୋଗୀ ହସ୍ପିଟାଲ୍ ଆସିବା ଦରକାର ନା ନାହିଁ ତାହା ପ୍ରଥମେ ନିଷ୍ପତି ନେଉଛୁ ।

ସ୍ଥିତିକୁ ନଜରରେ ରଖି ପରବର୍ତି ଚିକିତ୍ସା ସୁବିଧା ଏବଂ କିଭଳି ନିଜେ ନିଜର ଯତ୍ନ ନେଇପାରିବେ ସେହି ପରାମର୍ଶ ଦେଉଛୁ ଏବଂ ପୁଣି କେବେ ପରାମର୍ଶ କରିବେ ତାହା ସେମାନଙ୍କୁ ଜଣାଉଛୁ । ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଔଷଧ ଦେଇହେବ କିନ୍ତୁ ହାଇପରଟେନ୍‌ସନ୍ ଭଳି ମାମଲାରେ ପ୍ରତ୍ୟକ୍ଷ ଚିକିତ୍ସା ଜରୁରୀ । ତେଣୁ, ଟେଲି ମେଡିସିନର ବ୍ୟବହାର ବିଭିନ୍ନ ରୋଗ ଏବଂ ସ୍ଥିତି ଉପରେ ନିର୍ଭରଶୀଳ ରହିଛି ।’’

କୋଭିଡ-୧୯ ବିଶ୍ୱ ମହାମାରୀକୁ ନଜରରେ ରଖି ଆମେ ଆମ ଶିକ୍ଷିତ ରୋଗୀମାନଙ୍କୁ ଟେଲି ମେଡିସିନର ଲାଭକୁ ବ୍ୟବହାର କରିବା ଲାଗି ଉତ୍ସାହିତ କରୁଛୁ ଏବଂ ଆଇସୋଲେସନରେ ଥିବା ବେଳେ ଜଣଙ୍କ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରିବାରେ ଏହା କିଭଳି ପାରଦର୍ଶୀ ତାହା ସେମାନଙ୍କୁ ଜଣାଉଛୁ ।’’

Leave A Reply

Your email address will not be published.