Latest Odisha News

BREAKING NEWS

Browsing Category

ଖେଳ

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ରିତୁରାଜ

ଚେନ୍ନାଇ: ଚଳିତ ଆଇପିଏଲରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ରିତୁରାଜ ଗାଏକ୍ୱାଡ ଆକର୍ଷଣୀୟ ଶତକ ହାସଲ କରିବା ସହ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସ ମୁକାବିଲାରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଆଇପିଏଲରେ ଓଭରାଲ ୮ମ ଏବଂ…

ପାକିିସ୍ତାନରେ ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳି ନ ପାରେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଜନୈକ ଅଧିକାରୀ କହିଛନ୍ତି ଯେ, ଦ୍ୱିପାକ୍ଷିକ ସିରିଜ କଣ ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି । ଭେନ୍ୟୁ ବଦଳାଇବା ବିସିସିଆଇ ନିଶ୍ଚିତ ଭାବେ ଆଇସିସି ନିକଟରେ ଦାବୀ କରିବ । ଯଦି କିଛି ସମ୍ଭବ ନୁହେଁ ତେବେ ହାଇବ୍ରିଡ ମଡେଲ…

ଚହଲଙ୍କୁ ସଉତୁଣୀ କହିଲେ ରୋହିତଙ୍କ ପତ୍ନୀ

ମୁମ୍ବାଇ: ୟୁଜଭେନ୍ଦ୍ର ଚହଲ ଭାରତୀୟ କ୍ରିକେଟର ଏକ ଏ ଭଳି କ୍ରିକେଟର ଯିଏ କି ସମସ୍ତଙ୍କ ସହ ହସ ଖୁସିରେ ରହିବାକୁ ଭଲ ପାଆନ୍ତି । ଜୋସ ବଟଲରଙ୍କ ସହ ରଙ୍ଗ ବରଷେ ପେରେ ନୃତ୍ୟ ହେଉ କି ଗେଲଙ୍କ ସହ ମସଲ୍ସ ପ୍ରତିଯୋଗିତା । ସବୁଥିରେ ସେ ଆଗରେ ରୁହନ୍ତି । ଏବେ ରୋହିତ ଶର୍ମାଙ୍କ ପତ୍ନୀ ରିତିକା…

ଆଇପିଏଲ: ୩ ଟିମର ପ୍ଲେ ଅଫ ପ୍ରବେଶ ଏକପ୍ରକାର ନିଶ୍ଚିତ, ୨ ପ୍ରାୟତଃ ବିଦା

କୋଲକାତା: ଚଳିତ ଆଇପିଏଲ ଧିରେ ଧିରେ ନିର୍ଣ୍ଣାୟକ ମୋଡକୁ ଯିବାରେ ଲାଗିଛି । ୩ଟି ଟିମ ଭଲ ପ୍ରଦର୍ଶନ ସହ ପ୍ଲେ ଅଫ ପ୍ରବେଶ ଏକପ୍ରକାର ନିଶ୍ଚିତ କରିଛନ୍ତି । ସେହିପରି ୨ଟି ଟିମ ପ୍ରାୟତଃ ପ୍ଲେ ଅଫ ଦୌଡରୁ ବାଦ ପଡି ସାରିଛନ୍ତି । ତଥାପି ସମ୍ଭାବନା ଏବେ କିଛି ବାକି ରହିଯାଇଛି । ୧୦ଟି ଟିମ…

ଅବସର ନିଷ୍ପତିରୁ ଓହରିବେ ନାହିଁ ସୁନୀଲ ନାରିନ

କୋଲକାତା: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ଅଲରାଉଣ୍ଡର ସୁନୀଲ ନାରିନ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ଏହା ଦେଖି ୱେଷ୍ଟଇଣ୍ଡିଜ ଟି୨୦ ଟିମର ଅଧିନାୟକ ତାଙ୍କୁ ଆନ୍ତର୍ଜାତୀୟ କ୍ରିକେଟରୁ ନେଇଥିବା ଅବସର ନିଷ୍ପତିରୁ ଓହରିଯିବା ପାଇଁ ଅନୁରୋଧ କରିଥିଲେ । ତେବେ ମଙ୍ଗଳବାର…

ଆଇପିଏଲରେ ପ୍ରଥମ ବୋଲର ଭାବେ ୨୦୦ ୱିକେଟ ନେଲେ ଚହଲ

ଜୟପୁର: ଆଇପିଏଲରେ ପ୍ରଥମ ବୋଲର ଭାବେ ୟୁଜଭେନ୍ଦ୍ର ଚହଲ ୨୦୦ ୱିକେଟ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ରାଜସ୍ଥାନ ରୟାଲ୍ସର ଏହି ଷ୍ଟାର ସ୍ପିନର ସୱାଇ ମାନସିଂ ଷ୍ଟାଡିୟମରେ ସୋମବାର ଖେଳା ଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମୁକାବିଲାରେ ଏହି ସଫଳତା ହାସଲ କରିଛନ୍ତି । ସେ ୧୫୩…

କୋହଲିଙ୍କ କଟିଲା ୫୦ ପ୍ରତିଶତ ମ୍ୟାଚ ଫି

ବେଙ୍ଗାଲୁର: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି । ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ସେ ଆଉଟ ହେବା ପରେ ଅମ୍ପାୟରଙ୍କ ସହ ଯୁକ୍ତି କରିଥିଲେ । ଆଇପିଏଲ ଆଚରଣ ସଂହିତା ଅନୁସାରେ କୋହଲି ଏହି ଜରିମାନା…

ଟି୨୦ ବିଶ୍ୱକପରେ କୋହଲି ଓପିନଂ କରିବା ସପକ୍ଷରେ ଗାଙ୍ଗୁଲି

କୋଲକାତା:ଟି୨୦ ବିଶ୍ୱକପରେ ବିରାଟ କୋହଲି ଓପନିଂ କଲେ ଭାରତ ଫାଇଦାରେ ରହିବ ବୋଲି ବିସିସିଆଇ ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି । କୋହଲି ଏବଂ ରୋହିତ ଶର୍ମାଙ୍କଠାରୁ ଭଲ ଓପନିଂ ପେୟାର କେଉଁଠାରେ ମିଳିବେ ନାହିଁ । କୋହଲି ଆବଶ୍ୟକ ପଡିଲେ ୪୦ ବଲରୁ ୧୦୦ ରନ ବି ସଂଗ୍ରହ କରିବେ ।…

ପ୍ରିୟଙ୍କା-ଅକ୍ସଦୀପଙ୍କୁ ପ୍ୟାରିସ ଅଲିମ୍ପିକ୍‌ ଟିକେଟ୍

ନୂଆଦିଲ୍ଲୀ: ୨୦୨୪ ଏପ୍ରିଲ ୨୧  ରବିବାର ଦିନ ତୁର୍କୀର ଆଣ୍ଟାଲିଆରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ରେସ୍ ୱାକିଂ ଟିମ୍ ଚାମ୍ପିଅନସିପରେ ଭାରତର ପ୍ରିୟଙ୍କା ଗୋସ୍ୱାମୀ ଓ ଅକ୍ସଦୀପ ସିଂହ ୧୮ ତମ ସ୍ଥାନ ହାସଲ କରି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ଇଭେଣ୍ଟରେ…

୨୩ ବର୍ଷରୁ କମ ବିଶ୍ୱ ହ୍ୱିଲଚେୟାର ଫେନ୍ସିଂ: ପବିତ୍ର ସାହୁ ଜିତିଲେ ରୌପ୍ୟ

ଭୁବନେଶ୍ୱର: ଥାଇଲାଣ୍ଡର ନାଖନ ରାଚସିମାରେ ଅନୁଷ୍ଠିତ ୨୩ ବର୍ଷରୁ କମ ବିଶ୍ୱ ହ୍ୱିଲଚେୟାର ଫେନ୍ସିଂ ଚାମ୍ପିୟନଶିପରେ ଓଡିଶାର ପବିତ୍ର ସାହୁ ରୌପ୍ୟ ପଦକ ହାସଲ କରିଛନ୍ତି । ଅସୀଚାଳନାରେ ତାଙ୍କର ଏହି ସଫଳତା ରାଜ୍ୟ ଏବଂ ଦେଶକୁ ଗୌରବାନ୍ୱିତ କରିଛି । ଜର୍ମାନୀର କ୍ଲେମେନ୍ସ କର୍ସିଫେନ…