Latest Odisha News

BREAKING NEWS

Browsing Category

କବିତା

ଅନୁବାଦ କବିତା : ଯାଇପାରେ, କିନ୍ତୁ କାହିଁକି ଯିବି !

ମୂଳ ବଙ୍ଗଳା : ଶକ୍ତି ଚଟ୍ଟୋପାଧ୍ୟାୟ ଭାବୁଛି, ବୁଲିପଡ଼ି ଫେରିଯିବାଟା ଭଲ ବିକଳ୍ପ ଏତେ କଳା ମୁଁ ମାଖିଛି ଏଇ ଦୁଇ ହାତରେ, ଏତେ କାଳ ଧରି କେବେ ହେଲେ ତୁମକୁ ନିଜର ବୋଲି ଭାବି ନାହିଁ ତୁମ ଭାବିବା ପରି। ଏବେ ରାତିରେ, ଗର୍ତ୍ତ ନିକଟରେ ଛିଡ଼ା ହେଲେ, ଜହ୍ନ ଡାକେ ଆସ, ଆସ, ଆସ…

କବିତା : ହେ କୃଷ୍ଣ

ନିରୁପମା ପତି ଶ୍ରୀକୃଷ୍ଣ ମାଧବ ଗୋବିନ୍ଦ କେଶବ ମଦନମୋହନ ବ୍ରଜ ଗୋସାଇଁ, ଧର୍ମ ସଂସ୍ଥାପକ ସତ୍ୟ ପ୍ରବର୍ତ୍ତକ ବ୍ୟାପ୍ତ ଚରାଚର ଜଗତ ସାଇଁ। ଭାଦ୍ରଅଷ୍ଟମୀରେ ଶୁଭ କୃଷ୍ଣ ପକ୍ଷେ ରୋହିଣୀ ନକ୍ଷତ୍ରେ ଜନମ ନେଲ, କଂସ କାରାଗାରେ ଅଷ୍ଟମ ଗର୍ଭରେ ଦେବକୀ ମାତାଙ୍କ କୋଳ ମଣ୍ଡିଲ।…

କବିତା : ମୋ ଗୁରୁ

ଶୁଭ୍ରାଂଶୁ ଶେଖର ମାହୁନ୍ତ ଚିର ବନ୍ଦନୀୟ ଚିର ପୂଜନୀୟ ଚିର ନମସ୍ୟ ଯେ ଗୁରୁ, ଚିର ଭାସ୍ବର ସେ ଚିର ଅମଳିନ ଚିରକାଳ ପାଇଁ ସ୍ମରୁ । ବିରଳ ବ୍ୟକ୍ତିତ୍ବ ସବୁ ଗୁରୁ ମୋର ଗାଉଅଛି ଯଶ ଗାଥା, ଗୁଣଗାରିମାର ଅମୂଲ୍ୟ ପସରା ସ୍ନେହବୋଳା ତାଙ୍କ କଥା । ଶିକ୍ଷାର ଅମ୍ଳାନ ଜ୍ୟୋତି ସାଜି…

କବିତା : ଫୁଲ ଓ କଣ୍ଟା

ସୁଜାତା ମିଶ୍ର  କିଛି କ୍ୟାକ୍ଟସର କଣ୍ଟକିତ କ୍ରୁରତାକୁ ନେଇ ସଜେଇଛି ମାୟାବିନୀ ବନ ସବୁଜିମା .. ଚିତ୍ରାୟିତ ମାଟି ପସରାରେ.., ବେଦରଦୀ ପଥରର କଠୋରତା ନୀରବି ଯାଇଛି ରଙ୍ଗର ନିବିଡ଼ତା ତଳେ.., କାଇଁଚର ଉପତ୍ୟକାରେ ତୋଳିଛି ମୁଁ ପ୍ରବାଳ ପ୍ରାଚୀର ଘେରା ଶାମୁକାର ଘର...,…

କବିତା : ମୌସୁମୀ

ଗଦାଧର ସାହୁ ସମସ୍ତେ କୁହନ୍ତି ଆମେ ଜାଣି ନାହୁଁ ଆମେ କରି ନାହୁଁ କିଛି କାହା ଦୋଷେ ଆଉ ଅଭିମାନ କରି ମୌସୁମୀ ଛପି ରହିଛି । ପ୍ରତ୍ଯେକ ମଣିଷ ଖୋଳ ପିନ୍ଧା ଏଠି ନିଜର ସୁବିଧା ଦେଖେ କେବେ ଖୋଜେ ନାହିଁ ମୋ ପାଇଁ କିଏ ସେ ସଢୁଛି ଯନ୍ତଣା ଦୁଃଖେ । ଆକାଶ ତତଲା ପବନ ତତଲା ଜଳ…

କବିତା : ଚାଲ ଆଜି ଫେରିଯିବା

ମଞ୍ଜୁ ରାଣୀ ବେହେରା ଚାଲ ଆଜି ଫେରିଯିବା ପ୍ରକୃତିର କୋଳକୁ ମାଟି ମା ପାଖକୁ। ସେଇ ଗୋଧୂଳିର ଦାଣ୍ଡ ଝଙ୍କାଳିଆ ବରଗଛ କୋଇଲିର ମଧୁର ମୂର୍ଚ୍ଛନା ପହିଲି ବରଷାରେ ମହକୁଥିବାମାଟି ଲିପାଘର ଅଗଣା। ଚାଷୀଭାଇର ସବୁଜିମା କ୍ଷେତ ବିଲ, ପୋଖରୀ ବାଡିବଗିଚାର ସୁଆଦିଆ ପିଜୁଳି। ଗାଁ ମଝିର…

ଅନୁବାଦ କବିତା : ମେଘ ନଚାହିଁ ବି

ମୂଳ ବାଂଲା : ଶାମସୁର ରହମାନ ମେଘ ନଚାହିଁ ବି ପାଣି ମିଳିଯିବା ପରି ମୋ ହାତ ତୁମ ହାତପରେ ଏଇ ପ୍ରଥମ ଥର ପାଇଁ ପାଇଲି ତୁମର ସ୍ପର୍ଶ ମୋ ଭିତରେ କଣ ଯେ ହେଇଗଲା କିଏ ମତେ କହିବ ତାର ଅର୍ଥ ! ଆକାଶରେ ଗୋଲ ଜହ୍ନ ଖୁବ୍ ଚକମକ କରୁଥିଲା ନୂଆ ବାଦଶାହୀ ମୁଦ୍ରା ପରି ଅଥଚ ମୁଁ…

କବିତା : ମମତାର ରାକ୍ଷୀ

ଝରଣା ପାଢୀ ଚକଚକିଆ ସୁନା ରଙ୍ଗିଆ ଏଇ ମୋର ରାକ୍ଷୀ ଫୁଲ ସେନେହ ମମତା ଡୋରିରେ ଗୁନ୍ଥା ନୁହଁଇ ରେଶମୀ ଡୋର ।। ଭାଇରେ ଭାଇ ‌ ଭାଇ ମୋ ଭାଇ ଡାହାଣ ହାତ ତୋ ଦେ ବଢାଇ ବାନ୍ଧିବି ରାକ୍ଷୀ ଡୋର ଚାହିଁ ରହିଥିଲି ବରଷକ ପରେ ଆସିଛିରେ ଶୁଭ ବେଳ ।। ଭାଇରେ ଭାଇ ମୋ ସୁନା ଭାଇ…

କବିତା : ବାକିଅଛି

ସାଗରିକା ଦାସ  ବଳକା ଯୌବନ ବୋଲି ଯାହାଅଛି ବସନ୍ତ ଆ’ ବସନ୍ତ ଆ’ ଡାକ ଛାଡୁଛି ତୋବିନୁ ଆଉ ଯେ ରଙ୍ଗ ନାହିଁ ଫୁସର ଧୂସର କାଦୁଅ ମେଞ୍ଚା ଜୀବନ ଠାଏଖସା ଠାଏନେସା ସିମେଣ୍ଟ କାନ୍ଥ ଯାଇଛି ଜଞାଳ କାନ୍ଧେଇ । କେବେ ଯେ ସମୟ ମୁରୁକି ହସୁଥିଲା ସବୁଋତୁ ସୁବାସିତ ବସନ୍ତ ଉତ୍ସବ ଆଃ ଧୂ…

କବିତା : ଜୀବନ ଦୀପ

ବିନୋଦିନୀ ଦାଶ ଜୀବନଟା ଏକ ପ୍ରଦୀପ ସଦୃଶ ଯେଉଁ ମାନବ ବୁଝଇ, ଜୀବଦ୍ଦଶାରେ ସେ ନିଜେ ଜଳି ଜଳି ଉଜ୍ବଳ  କରେ ଏ ମହୀ । ଯେତେ ବାଧାବିଘ୍ନ ଆସିଲେ ବି ପଥେ ସବୁକୁ ଆଡ଼େଇ ଦେଇ, ଅବିଶ୍ରାନ୍ତ ଭାବେ କର୍ମ ସାଧନରେ ନିତ୍ୟ ସେତ ଲାଗିଥାଇ । ତା’ର ସେ ଆଲୋକେ କୋଟି ଜନ- ମନ ପ୍ରାଣ…