Latest Odisha News

BREAKING NEWS

ବୀରମିତ୍ରପୁର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ

ଭୁବନେଶ୍ୱର: ଗିରଫ ହେଲେ ପୂର୍ବତନ ଆଇଆଇସି ଆନନ୍ଦ ମାଝୀ । ସୁନ୍ଦରଗଡ଼ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର ଅଭିଯୁକ୍ତ ବୀରମିତ୍ରପୁର ଥାନା ପୂର୍ବତନ ଆଇଆଇସ ଆନନ୍ଦ ମାଝୀଙ୍କୁ କ୍ରାଇମବ୍ରାଂଚର ଏକ ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ତାଙ୍କୁ ଗିରଫ କରାଯିବା ନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି । ଅନୁଗୁଳ ଜିଲ୍ଲାର ହଣ୍ଡପା ଅଞ୍ଚଳର ଏକ ଜଙ୍ଗଲରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ଆଜି ସକାଳେ ଆନନ୍ଦ ମାଝୀଙ୍କୁ ଚାକିରିରୁ ବହିଷ୍କାର କରିଥିଲେ ଡିଜିପି । ବହିଷ୍କାର ନେଇ ପୋଲିସ ଡିଜି ଟ୍ବିଟ୍ ଜରିଆରେ ସୂଚନା ଦେଇଥିଲେ । ତାଙ୍କର ଏଭଳି ଆଚରଣ ଲଜ୍ଜାଜନକ ବୋଲି ଡିଜି ମଧ୍ୟ କହିଥିଲେ । ଘଟଣାରେ ତଦନ୍ତ ପାଇଁ ମଙ୍ଗଳବାର ଦିନ ପୋଲିସ ଡିଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାସହ ବହିଷ୍କୃତ ବୀରମିତ୍ରପୁର ଆଇଆଇସିଙ୍କୁ ନିଲମ୍ବନ ମଧ୍ୟ କରାଯାଇଥିଲା । ଅଭିଯୁକ୍ତ ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ସେବେଠୁ ଘଟଣାରେ ଫେରାର ଥିଲେ । ଶେଷରେ ଆଜି ବହିଷ୍କୃତ IIC ଆନନ୍ଦ ଚନ୍ଦ୍ର ମାଝୀ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ।

Leave A Reply

Your email address will not be published.