Latest Odisha News

BREAKING NEWS

ବାକିଥିବା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ନିଜ ସ୍କୁଲରେ ଦେବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ :ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକିଥିବା ପରୀକ୍ଷା ଛାତ୍ରଛାତ୍ରୀ ପଢୁଥିବା ସ୍କୁଲରେ ଦେବେ । ନିଜ ସ୍କୁଲରେ ପରୀକ୍ଷା ଦେବା ଦ୍ୱାରା ସେମାନଙ୍କୁ ବେଶୀ ଦୂର ଯିବାକୁ ପଡିବ ନାହିଁ । ସାମାଜିକ ଦୂରତ୍ୱ ନିୟମକୁୁ କଡାକଡି ଭାବେ ପାଳନ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ।

ଯେଉଁ ସବୁ ବିଷୟର ପରୀକ୍ଷା ହୋଇସାରିଛି ତାହାର ମୂଲ୍ୟାଙ୍କନ ସିବିଏସଇ ଆରମ୍ଭ କରିଛି । ପରୀକ୍ଷାଫଳ ଯଥାଶୀଘ୍ର ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ଉଦ୍ୟମ ଚାଲିଛି । ଜୁଲାଇ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରହିଛି । ବାକି ଥିବା ପରୀକ୍ଷା ଜୁଲାଇ ୧୫ ସୁଦ୍ଧା ଶେଷ ହେବ ।

Leave A Reply

Your email address will not be published.