Latest Odisha News

BREAKING NEWS

ଓଡିଶାରେ ଖୋଲିବ ୪ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ, ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ସ୍ଥାନରେ ୫୦ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଗୁରୁବାର ଦିନ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ସେଥିମଧ୍ୟରେ ଓଡ଼ିଶାରେ ଚାରିଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ।

ମିଳିଥିବା ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଓ ଆନନ୍ଦପୁର, ଗଞ୍ଜାମ ଜିଲ୍ଲାର ଛତ୍ରପୁର ଏବଂ ରାୟଗଡ଼ା ଜିଲ୍ଲାର ଗୁଣୁପୁର ଠାରେ ଏହି ବିଦ୍ୟାଳୟଗୁଡ଼ିକ ଖୋଲିବ ବୋଲି ଜଣାପଡ଼ିଛି।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ଘରୋଇ ତଥା ପ୍ରତିରକ୍ଷା ସେକ୍ଟରରେ ଖୋଲାଯିବ । ଏହି ବିଦ୍ୟାଳୟ ଗୁଡିକ ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକ୍ଷମ ହେଲେ ପାଖାପାଖି ୫୦,୦୦୦ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ମାନର ଶିକ୍ଷା ମିଳିପାରିବ।

ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଛତିଶଗଡ଼, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ବିହାର, କର୍ଣ୍ଣାଟକ, ଆସାମ, ରାଜସ୍ଥାନ, ହରିଆଣା, ହିମାଚଳ ପ୍ରଦେଶ, କେରଳ, ଅରୁଣାଚଳ ପ୍ରଦେଶ ଓ ଜମ୍ମୁ କଶ୍ମୀରରେ ଏହି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକ ପ୍ରତିଷ୍ଠା ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.