Latest Odisha News

BREAKING NEWS

ସେଞ୍ଚୁରିଆନ ୟୁନିଭର୍ସିଟିରେ ‘ସମ୍ମାନଜନକ ଡକ୍ଟରେଟ ଉପାଧି’ କମଲ ହାସନ୍‌ଙ୍କୁ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଥିବା ଅଭିନେତାରୁ ରାଜନେତା ପାଲଟି ଥିବା କମଲ ହାସନଙ୍କୁ ସେଂଞ୍ଚୁ ରିଆନ ୟୁନିଭରସିତିରେ ସମ୍ମାନ ସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଖ୍ୟାତ ଚଳଚ୍ଚିତ୍ର ତାରକା କମଲ ହାସନ୍‌ଙ୍କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଞ୍ଚୁରିଆନ ୟୁନିଭର୍ସିଟିରେ ସମ୍ମାନ ସୂଚକ ଡକ୍ଟରେଟ ଡିଗ୍ରି ପ୍ରଦାନ କରିଛନ୍ତି।

ସୋମବାର ସନ୍ଧ୍ୟା ନବୀନ ପଟ୍ଟନାୟକଙ୍କୁ କମଲ ହାସନ ନବୀନ ନିବାସ ଠାରେ ଭେଟ କରିଥିଲେ । ଉଭୟଙ୍କ ମଧ୍ୟରେ ବେଶ୍‌ କିଛି ସମୟ ଆଲୋଚନା ମଧ୍ୟ ହୋଇଥିଲା।

ପରେ କମଲ ହାସନ ଗଣମାଧ୍ୟମକୁ କହିଥିଲେ, ଶ୍ରୀ ପଟ୍ଟନାୟକଙ୍କ ସହିତ ତାଙ୍କର ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ନବୀନ ପଟ୍ଟନାୟକଙ୍କୁ ପାଖରୁ ଦେଖିବାକୁ ସୁଯୋଗ ମିଳିଲା । ତାଙ୍କର ସଫଳ ରାଜନୈତିକ କ୍ୟାରିୟର ଅନ୍ୟମାନଙ୍କ ପାଇଁ ପ୍ରେରଣା ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘କମଲ ହାସନ ଭୁବନେଶ୍ୱର ଆସିଥିବାରୁ ସେ ଖୁସି ଅଛନ୍ତି।

Leave A Reply

Your email address will not be published.