Latest Odisha News

BREAKING NEWS

କରୋନା ମୁକାବିଲା: ତାରାତାରିଣୀ ପୀଠରେ ହେବନି ଚଇତି ପର୍ବ

ଗଂଜାମ: କରୋନାର କୋକୁଆ ଭୟ ଭିତରେ ସଚେତନତା ପାଇଁ ଗଂଜାମ ଜିଲ୍ଲାରେ ଆଉ ଏକ ବଡ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ପ୍ରସିଦ୍ଧ ଦେବୀ ପୀଠ ତାରାତାରିଣୀରେ ଏଥର ଚଇତି ପର୍ବ ଉପରେ ଲାଗିିଛି କଟକଣା । ଏଥର ଚୈତ୍ର ଯାତ୍ରାରେ କେବଳ ସ୍ଥାନୀୟ ଲୋକ ହିଁ ପୂଜା କରିବେ । ଯାତ୍ରାରେ ମୁଣ୍ଡନ ଉପରେ ମଧ୍ୟ ପ୍ରଶାସନ କଟକଣା ଲଗାଇଛି । ଏପରିକି ମାନସିକଧାରୀ ସ୍ୱତନ୍ତ୍ର ବସ୍‌ରେ ତାରାତାରିଣୀ ପୀଠକୁ ଆସୁଥିବାରୁ ବସ୍ ସେବାକୁ ମଧ୍ୟ ବ୍ୟାନ୍ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କୁ ନଆସିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ପ୍ରତିବର୍ଷ ଚୈତ୍ର ମାସରେ ମା’ଙ୍କ ଚଇତି ପର୍ବ ଅନୁଷ୍ଠିତ ହୋଇଥାଏ । ମାସର ଚାରୋଟି ମଙ୍ଗଳବାରରେ ମା’ଙ୍କ ପୀଠରେ ଭିଡ ଜମିଥାଏ । ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ମାନସିକଧାରୀ ପୀଠକୁ ଆସି ନିଜ ପିଲା ଛୁଆଙ୍କ ମୁଣ୍ଡନ କରିଥାନ୍ତି । ଏପରିକି ପୀଠର ଭୋଜି ଭାତ ସହ ବଳି ପ୍ରଥା ମଧ୍ୟ ରହିଛି । ଶହ ଶହ ସଂଖ୍ୟାରେ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚଇତି ପର୍ବ ଉପରେ କଟକଣା ଲଗାଯାଇଛି ।

Leave A Reply

Your email address will not be published.