Latest Odisha News

BREAKING NEWS

ରଥ ଗଡିଲା, ମୌନବ୍ରତ ଭାଙ୍ଗିଲେ

ପୁରୀ: ପୁରୀର ସୁବାସ ଚନ୍ଦ୍ର ସାମନ୍ତରାୟ ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ଉପରେ ତାଙ୍କ ଅତୁଟ ବିଶ୍ୱାସ ରହଛି । ଭାବରେ ବନ୍ଧା ଠାକୁରେ ତାଙ୍କ ବିଶ୍ୱାସ ରଖିଲେ । ତାଙ୍କ ଭକ୍ତିକୁ ଲୋକହସା କଲେ ନାହିଁ । ଟୁଲାନାଙ୍କୁ ଯିଏ ବି କହୁଥିଲେ ରଥଯାତ୍ରା ଏଥର ହେବନି ସେ ଘଂଟା ଘଂଟା ଧରି ଯୁକ୍ତି କରୁଥିଲେ । ଶେଷରେ ସୁପ୍ରିମକୋର୍ଟ ନିଷ୍ପତି ପରେ ସେ ଭାଙ୍ଗି ପଡିଥିଲେ । ଆଉ ବଡଦାଣ୍ଡରେ ରଥ ଗଡିବନି?

ଏହା ତାଙ୍କ ମନକୁ ବାରମ୍ବାର ଆଘାତ ଦେଉଥିଲା । ଶେଷରେ ଯିଦ୍ ଧରିଲେ ମହାପ୍ରଭୁଙ୍କ ରଥ ନ ଗଡିବା ପର୍ଯ୍ୟନ୍ତ ମୁଁ ଆଉ ମୁହଁ ଖୋଲିବିନି । ପ୍ରଥମେ ଏହାକୁ କେହି ଗୁରୁତ୍ୱରେ ନେଇ ନ ଥିଲେ । ମାତ୍ର ୩ ଦିନ ହେବ ସେ କାହା ସହିତ କଥା ହେଲେନି ସମସ୍ତେ ଚିନ୍ତାରେ ପଡିଗଲେ । ସୁପ୍ରିମକୋର୍ଟର ପୁର୍ନବିଚାର ପରେ ତାଙ୍କ ମନରେ ଆଶା ସଂଚାର ହେଲା । ଆଉ ତା ପର ଦିନ…..ଟୁଲାନା ରଥହେବ । ସେବକମାନେ ଖାଲି ଭିଡିବେ । ଆରେ ଯିଏ ଭିଡୁଛି ଭିଡ ବଡଦାଣ୍ଡରେ ତ ରଥ ଗଡିବ । କହିବା ପରେ ସେ ଭାବପ୍ରବଣ ହୋଇ ପଡିଥିଲେ । ଭଗବାନ ମୋ ବିଶ୍ୱାସ ରଖିଲ । ଜୟ ଜଗନ୍ନାଥ.. ।

Leave A Reply

Your email address will not be published.