Latest Odisha News

BREAKING NEWS

ଆଜି ଦକ୍ଷିଣମୋଡ ହେବ ତିନି ରଥ

ପୁରୀ : ହେରାପଞ୍ଚମୀର ସମାପ୍ତି ପରେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହେଉଛି । ଏହି ଅବସରରେ ମଙ୍ଗଳବାର ଦିନ ତିନି ରଥକୁ ଦକ୍ଷିଣମୋଡ କରାଯିବ ।

ପ୍ରଚଳିତ ପ୍ରଥାନୁଯାୟୀ ଦେବୀ ସୁଭଦ୍ରାଙ୍କ ରଥ ସର୍ବପ୍ରଥମେ ଟଣା ହୋଇଥାଏ, ତାପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ ।

କିମ୍ବଦନ୍ତୀ ଅନୁଯାୟୀ ମହାପ୍ରଭୁ ଅଣସର ଘରେ ରହି ସୁସ୍ଥ ହେବାପରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଦେଇ ବଡଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଭଦ୍ରାଙ୍କୁ ନେଇ ଲକ୍ଷଲକ୍ଷ ଭକ୍ତ ଗହଣରେ ମାଉସୀମା’ ମନ୍ଦିରକୁ ଘୋଷଯାତ୍ରାରେ ବାହାରି ପଡନ୍ତି । ମାଉସୀ ମା ଘରକୁ ଯିବାରେ ଏତେ ବିଭୋର ଯେ କଳା ଠାକୁର, ନିଜ ସହଧର୍ମିଣୀଙ୍କୁ ମଧ୍ୟ ନିଜ ସହିତ ନେବାକୁ ଭୁଲି ଯାଆନ୍ତି ।

ଏଥିରେ ମହାଲକ୍ଷ୍ମୀ କ୍ରୋଧିତ ହୋଇ ଏକ ସାଧାରଣ ଲୌକିକ ନାରୀ ରୂପେ ନିଜ ଦୁଃଖ ସମ୍ପର୍କରେ ଭଗୀନି ବିମଳାଙ୍କୁ କହିଥାନ୍ତି ।

ବିମଳାଙ୍କ ପରାମର୍ଶ ପାଇ ମା ଲକ୍ଷ୍ମୀ ପଞ୍ଚମୀ ଦିବସରେ ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ଲକ୍ଷ୍ମୀ ଶ୍ରୀ ମନ୍ଦିରରୁ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଗୁପ୍ତରେ ଯାଇ ଏକାନ୍ତରେ ଦର୍ଶନ କରି ମୋହାଞ୍ଜନରେ ପ୍ରଭୁଙ୍କୁ ମୁଗ୍ଧ କରିବାରେ ସଫଳ ହୋଇଥିଲେ, ଏହା ପରେ ପ୍ରତ୍ୟାବର୍ତ୍ତନ ପାଇଁ ରଥକୁ ଦକ୍ଷିଣାଭିମୁଖି କରିବା ନିମନ୍ତେ ଆଦେଶ ଦିଆଯାଇଥାଏ । ଫଳରେ ହେରାପଞ୍ଚମୀର ପରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣ ମୋଡ ହୋଇଥାଏ ।

Leave A Reply

Your email address will not be published.