Latest Odisha News

BREAKING NEWS

କରୋନା: ହିଞ୍ଜିଳି ପାଇଁ ବିଧାୟକ ପାଣ୍ଠି ଦେଲେ ନବୀନ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଏମ୍‌ଏଲ୍‌ଏ ଲାଡ ଫଣ୍ଡରୁ ଟଙ୍କା ଖର୍ଚ୍ଚ ହେବ । ଗଂଜାମ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ବିଧାୟକ ପାଣ୍ଠି ଟଙ୍କା ପ୍ରଦାନ କରିଛନ୍ତି ।
କରୋନା ନିୟନ୍ତ୍ରଣ ପାଇଁ ଯାହା ଖର୍ଚ୍ଚ ହେବ ସେହି ପାଣ୍ଠିରୁ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୨୦୧୯-୨୦ ବର୍ଷରେ ଏମ୍‌ଏଲ୍‌ଏ ଲାଡ୍‌ରେ ଥିବା ସମସ୍ତ ପାଣ୍ଠିକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରଦାନ କରିଛନ୍ତି ନବୀନ ।

Leave A Reply

Your email address will not be published.