Latest Odisha News

BREAKING NEWS

ଆସନ୍ତୁ ଜାଣିବା ଘରଚଟିଆ ମାରି କିପରି କୋଟି କୋଟି ଲୋକଙ୍କ ମରଣର କାରଣ ସାଜିଥିଲା ଚୀନ

ବେଜିଂ: ଏବେ ପଙ୍ଗପାଳ ଆକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ ପରି ରାଜ୍ୟରେ ଫସଲ ନଷ୍ଟ କରି ପଙ୍ଗପାଳ ଆଗେଇ ଚାଲିଛନ୍ତି । କେନ୍ଦ୍ର ସରକାର ସେଥିପାଇଁ ଅନେକଗୁଡିଏ ରାଜ୍ୟକୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଆସନ୍ତୁ ଜାଣିବା ଚୀନ ସରକାରଙ୍କ ଭୁଲ ଯୋଗୁ କିପରି ୬୦ ବର୍ଷ ତଳେ କୋଟି କୋଟି ଲୋକଙ୍କ ଅନାହରରେ ମୃତ୍ୟୁ ହୋଇଥିଲା ।୧୯୫୮ରେ ମାଓ ଜେଡାଙ୍ଗ ଚୀନର ଶାସକ ଭାର ତୁଲାଇଥିଲେ । ସେ ଫସଲ ନଷ୍ଟ ନ ହେବ ବୋଲି ମଶା, ମାଛ୍‌ି, ମୂଷା ଓ ଘରଚଟିଆଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ପୁରସ୍କାର ରାଶି ରଖାଯାଇଥିଲା । ଚୀନ ଲୋକେ ଘରଚଟିଆକୁ ଅଧିକ ସଂଖ୍ୟାରେ ମାରିବାକୁ ଲାଗିଲେ । ଧିରେ ଧିରେ ଏହାର ସଂଖ୍ୟା କମିବାକୁ ଲାଗିଲା । ସେ ସମୟରେ ପକ୍ଷୀ ବିଜ୍ଞାନୀ ଶୋ ଶିନ ତାଙ୍କୁ ପରାମର୍ଶ ଦେଇଥିଲେ ଘରଚଟିଆ ମାରିବା ରୋକିବା ପାଇଁ । ଏହା ନ ହେଲେ ପଙ୍ଗପାଳ ସଂଖ୍ୟା ବଢ଼ିଯିବ ଏବଂ ଫସଲ ବଂଚାଇବା କଷ୍ଟକର ହେବ ।ମାଓ ତାଙ୍କ ନିର୍ଦ୍ଦେଶକୁ ଫେରାଇ ନେଇଥିଲେ । କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା ।ପଙ୍ଗପାଳସଂଖ୍ୟା ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ସେମାନଙ୍କୁ ରୋକିବା କଷ୍ଟକର ହୋଇ ପଡିଥିଲା । ଦେଶର ଅଧିକାଂଶ ଫସଲ ବର୍ବାଦ ହୋଇ ଯାଇଥିଲା । ଏହା ପରେ ଚୀନରେ ଲୋକେ ଅନାହରରେ ମରିବାକୁ ଲାଗିଲେ । ୨ରୁ ୩ କୋଟି ଲୋକ ଏଥିରେ ମରିଥିବା ଅନୁମାନ କରାଯାଏ । ଚୀନ ଇତିହାସର ଦୁଃଖଦ ଘଟଣାରେ ଏବେ ମଧ୍ୟ ଏହାକୁ ଗଣତି କରାଯାଏ ।

Leave A Reply

Your email address will not be published.