Latest Odisha News

ଭାରତ-ଚୀନ ବିବାଦ ବଢ଼ିବାରେ ଲାଗିଛି

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ବିବାଦ କମିବା ପରିବର୍ତେ ବଢ଼ିବାରେ ଲାଗିଛି । ଚୀନ ସେନା ଉଦ୍ଦେଶ୍ୟମୂଳକ ଭାବେ ଭାରତୀୟ ସେନାକୁୂ ଉତ୍ୟକ୍ତ କରିବାକୁ ଚେଷ୍ଟା କରୁଛି । ବୈଦଶିକ ମନ୍ତ୍ରଣାଳୟ ଏହା କହିବା ପରେ ସୀମାରେ ସେନାର ପାଟ୍ରୋଲିଂକୁ ଆହୁରି କଡାକଡି କରାଯାଇଛି । ସୀମାରେ ଶାନ୍ତି ବଜାୟ ରଖିବା ଆମର ଲକ୍ଷ୍ୟ ମାତ୍ର ଏଥିରେ ଚୀନ ବାଧା ସୃଷ୍ଟି କରୁଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଦୁଇ ଦେଶ ଆପୋଷ ବୁଝାମଣାରେ ଏହି ବିବାଦକୁ ତୁଟାଇବା ଦରକାର ବୋଲି ଭାରତ ପକ୍ଷରୁ କୁହାଯାଇଛି । ପୂର୍ବରୁ ଆମେରିକା ମଧ୍ୟ ଚୀନ ଜାଣିଶୁଣି ସୀମା ବିବାଦ ପରିସ୍ଥିତି ସୃଷ୍ଟି କରୁଛି ବୋଲି କହିସରିଛି । ଭରତ ତାର ସୀମା ସହିତ କୌଣସି ପ୍ରକାର ବୁଝାମଣା କରିବ ନାହିଁ । ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.