Latest Odisha News

BREAKING NEWS

ଉହାନ ଲ୍ୟାବରୁ ବାଦୁଡିରୁ ୩ ପ୍ରକାର ଭାଇରସ ମିଳିଲା

ବେଜିଂ:ଚୀନର ଉହାନ ସହରରେ ଥିବା ଭାଇରୋଲୋଜି ଇନଷ୍ଟିଚ୍ୟୁଟର ଲ୍ୟାବରୁ ବାଦୁଡିରୁ ୩ ପ୍ରକାର ଭାଇରସ ମିଳିଲା । ତେବେ ଏଥିରୁ କୌଣସି ଗୋଟିଏ କରୋନା ଭାଇରସ ସହ ମେଳ ଖାଉନି । କରୋନାର ଆରମ୍ଭ ଉହାନରୁ ହୋଇଥିବା ଅନୁମାନ କରାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପ୍ରମାଣ ହସ୍ତଗତ ହୋଇ ନାହିଁ ।

ବୈଜ୍ଞାନିକଙ୍କ ମତରେ କରୋନା ଭାଇରସ ବାଦୁଡିରୁ ସନ୍ତ୍ୟପାୟୀ ପ୍ରାଣୀ ନିକଟକୁ ଏବଂ ପରେ ମଣିଷ ଶରୀରକୁ ଆସିଥିଲା । ଲ୍ୟାବରୁ ମିଳିଥିବା ଭାଇରସ ସାର୍ସ କୋବ-୨ ସହ ୭୯.୮ ପ୍ରତିଶତ ମେଳ ଖାଉଛି । ଆମେରିକା କରୋନା ଭାଇରସ ପାଇଁ ଚୀନକୁ ଦାୟୀ କରୁଛି । ଚୀନ ଖୋଲାଖୋଲି ଭାବେ ଏହାକୁ ଖଣ୍ଡନ କରୁଛି ।

Leave A Reply

Your email address will not be published.